
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଅଙ୍ଗଦାନକୁ
ପ୍ରୋତ୍ସାହିତ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଅଙ୍ଗଦାନ ମହାପୁଣ୍ୟ, ଅଙ୍ଗଦାନ ଦିଏ ନୂଆ ଜୀବନ। ଏହି ମହତ କାର୍ଯ୍ୟକୁ ପ୍ରୋତ୍ସାହିତ
କରିବାରେ 'ସୂରଜ ସମ୍ମାନ' ପ୍ରମୁଖ
ଭୂମିକା ଗ୍ରହଣ କରିଛି। ଆସନ୍ତୁ, ମୃତ୍ୟୁ ପରେ ମଧ୍ୟ ଅନ୍ୟର
ଜୀବନ ବଞ୍ଚାଇ ସେବା ଓ ମାନବତାର ପରିଚୟ ଦେବା। ବିଶ୍ୱ ଅଙ୍ଗଦାନ ଦିବସରେ ଦୃଢ଼ ସଙ୍କଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା