ଜାମ୍ମୁରୁ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ବାଲଟାଲ ଅଭିମୁଖେ ଯାତ୍ରା କଲେ ୩୮୮୬ ତୀର୍ଥଯାତ୍ରୀ
ଜାମ୍ମୁ, ଅଗଷ୍ଟ 2 (ହି.ସ)। ପ୍ରବଳ ବର୍ଷା କାରଣରୁ ସ୍ଥଗିତ ହୋଇଥିବା ଅମରନାଥ ଯାତ୍ରା ପାଗରେ ସୁଧାର ଆସିବା ପରେ ରବିବାର ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ପୁଣିଥରେ ଆରମ୍ଭ କରାଯାଇଛି। ବର୍ଷା ଓ ଭୂସ୍ଖଳନ ଫଳରେ ବନ୍ଦ ହୋଇଥିବା ୨୫୦ କିଲୋମିଟର ଲମ୍ବା ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥ (ଏନ୍ଏଚ୍–୪୪)ର ମ
सांकेतिक।


ଜାମ୍ମୁ, ଅଗଷ୍ଟ 2 (ହି.ସ)। ପ୍ରବଳ ବର୍ଷା କାରଣରୁ ସ୍ଥଗିତ ହୋଇଥିବା ଅମରନାଥ ଯାତ୍ରା ପାଗରେ ସୁଧାର ଆସିବା ପରେ ରବିବାର ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ପୁଣିଥରେ ଆରମ୍ଭ କରାଯାଇଛି। ବର୍ଷା ଓ ଭୂସ୍ଖଳନ ଫଳରେ ବନ୍ଦ ହୋଇଥିବା ୨୫୦ କିଲୋମିଟର ଲମ୍ବା ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥ (ଏନ୍ଏଚ୍–୪୪)ର ମରାମତି ପରେ ଯାତାୟାତ ପାଇଁ ପୁନଃ ଖୋଲାଯାଇଛି।

ଯାତ୍ରୀମାନଙ୍କର ନୂତନ ଦଳକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଏସ୍କର୍ଟ ଗାଡ଼ି ସହିତ ଆଧାର ଶିବିରରୁ ରବାନା କରାଯାଇଛି। ଏହି ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ ପଞ୍ଜୀକରଣ ଏବଂ ଟୋକେନ ବଣ୍ଟନ ସମ୍ବନ୍ଧୀୟ ଅଫଲାଇନ ସେବାକୁ ଭଗବତୀ ନଗର ବେସ କ୍ୟାମ୍ପକୁ ସ୍ଥାନାନ୍ତର କରିଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ରାତି ୨ଟା ୫୨ ମିନିଟ୍ରେ ୧୭୭ଟି ଯାନବାହନ ସହ ୩,୮୮୬ ଜଣ ତୀର୍ଥଯାତ୍ରୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭଗବତୀ ନଗରରୁ କାଶ୍ମୀରର ବାଲଟାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳରେ ୩,୦୯୮ ଜଣ ପୁରୁଷ, ୬୭୩ ଜଣ ମହିଳା, ୫ ଜଣ ଶିଶୁ, ୮୭ ଜଣ ସାଧୁ, ୨୨ ଜଣ ସାଧ୍ୱୀ ଏବଂ ଜଣେ କୁନି ସାଧୁ ଅଛନ୍ତି। ଏହି ଯାତ୍ରୀମାନେ ୭୮ଟି ବସ୍, ୪୨ଟି ମଧ୍ୟମ ମୋଟର ଯାନ, ୫୩ଟି ହାଲୁକା ମୋଟର ଯାନ ଏବଂ ୪ଟି ଦୁଇଚକିଆ ଯାନ ମାଧ୍ୟମରେ ରବାନା ହୋଇଛନ୍ତି।

ଏହା ପୂର୍ବରୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ମରାମତି କାମ ପାଇଁ ଉଧମପୁର ଏବଂ ବନିହାଲ ମଧ୍ୟରେ ଏନ୍ଏଚ୍–୪୪କୁ ବନ୍ଦ କରାଯାଇଥିବାରୁ ଶନିବାର ଅମରନାଥ ତୀର୍ଥଯାତ୍ରାକୁ ସ୍ଥଗିତ କରାଯାଇଥିଲା। ମରାମତି କାମ ସମାପ୍ତ ହେବା ପରେ ଶନିବାର ସନ୍ଧ୍ୟାରେ ରାଜପଥକୁ ପୁନର୍ବାର ଯାତାୟାତ ପାଇଁ ଖୋଲାଯାଇଥିଲା। ଖରାପ ପାଗ ଏବଂ ମରାମତି କାର୍ଯ୍ୟ ଯୋଗୁଁ ଶୁକ୍ରବାର ବାଲଟାଲରୁ ଏକ ଦିନ ପାଇଁ ଯାତ୍ରା ବନ୍ଦ ରଖାଯାଇଥିଲା। ପରେ ଶନିବାର ଏହି ଯାତ୍ରା ପୁଣିଥରେ ଆରମ୍ଭ ହୋଇଥିଲା।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande