
ନୂଆଦିଲ୍ଲୀ, ୨ ଅଗଷ୍ଟ (ହି.ସ.)- ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ତଥା ଅଲିମ୍ପିକ୍ ପଦକ ବିଜେତା ପି.ଭି. ସିନ୍ଧୁ ତାଇପେଇ ଓପନ ସୁପର-୩୦୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ମହିଳା ଏକକ ଟାଇଟଲ୍ ଜିତିଥିବା୧୭ ବର୍ଷୀୟା ତନଭି ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସିନ୍ଧୁ କହିଛନ୍ତି ଯେ, ଏହା କେବଳ ଆରମ୍ଭ, କଠିନ ପରିଶ୍ରମ ଜାରି ରଖ । ମୁଁ ତୁମ ପାଇଁ ଗର୍ବିତ ।
ରବିବାର ଦିନ ତାଇପେଇ ଓପନ୍ ସୁପର-୩୦୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲରେ ଭିଏତନାମର ଥୁଇ ଲିନ ଗୁୟେନଙ୍କୁ ୨୧-୧୬, ୨୧-୧୬ ରେ ପରାସ୍ତ କରି ତନଭି ଶର୍ମା ତାଙ୍କ କ୍ୟାରିୟରର ପ୍ରଥମ ବିଡବ୍ଲୁଏଫ ବିଶ୍ୱ ଟୁର୍ ଟାଇଟଲ୍ ଜିତିଛନ୍ତି । ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ।
ଏହି ଯୁବା ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇ ପି.ଭି. ସିନ୍ଧୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, ମୁଁ ଏହି ଝିଅ ପାଇଁ ଅତ୍ୟନ୍ତ ଗର୍ବିତ । ମୁଁ ଅନେକ ବର୍ଷ ଧରି କହିଆସିଛି ଯେ, ତନଭିଙ୍କ ପାଖରେ ଜଣେ ବିଶେଷ ଖେଳାଳି ହେବାର ସମସ୍ତ ଗୁଣ ରହିଛି । ପ୍ରତିଭା, ଭଲ ସଟ୍ ଖେଳିବାର ଦକ୍ଷତା ଏବଂ ବିଶ୍ୱର ସର୍ବୋତମ ଖେଳାଳିଙ୍କୁ ସାମ୍ନା କରିବାର ସାହସ, ତାଙ୍କ ପାଖରେ ସବୁକିଛି ଅଛି ।
ସିନ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କେବଳ ଟିକେ ଅଧିକ ସ୍ଥିରତା ଏବଂ ଅଭିଜ୍ଞତାର ଆବଶ୍ୟକତା ଥିଲା ଏବଂ ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଏସବୁ ବର୍ତମାନ ତାଙ୍କ ଖେଳରେ ଦେଖାଯାଉଛି । ତନଭି, ଏହା କେବଳ ଆରମ୍ଭ । କଠିନ ପରିଶ୍ରମ ଜାରି ରଖ, ନିଜ ଉପରେ ବିଶ୍ୱାସ ବଜାୟ ରଖ ଏବଂ ସର୍ବଦା ଆହୁରି ଭଲ ପ୍ରଦର୍ଶନ କରିବାର କ୍ଷୁଧା ନିଜ ଭିତରେ ବଜାୟ ରଖ । ତୁମ ଭଳି ଖେଳାଳିଙ୍କ ପାଇଁ ଭାରତୀୟ ବ୍ୟାଡମିଂଟନର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ । ମୁଁ ତୁମ ପାଇଁ ବହୁତ ଗର୍ବିତ ।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଯୁବ ତନଭିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ବ୍ୟାଡମିଂଟନର ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଛି । କର୍ତୃପକ୍ଷ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ୧୭ ବର୍ଷ ବୟସ୍କ । ନିର୍ଭୀକ । ଯାହାକୁ କେହି ଅଟକାଇ ପାରିବେ ନାହିଁ । ଇତିହାସ ଏବେ ତନଭି ଶର୍ମାଙ୍କ ନାମରେ ରହିଛି । ତାଇପେଇ ଓପନ୍ ୨୦୨୬ ରେ ଚମତ୍କାର ବିଜୟ ସହିତ, ତନଭି ଏହି ଟୁର୍ଣ୍ଣାମେଂଟ ଇତିହାସରେ ସର୍ବକନିଷ୍ଠ ଚାମ୍ପିଅନ୍ ଏବଂ ବି. ଡବ୍ଲ୍ୟୁ. ଏଫ୍. ସୁପର ୩୦୦ + ଟାଇଟଲ୍ ଜିତିବାରେ ଚତୁର୍ଥ ଭାରତୀୟ ମହିଳା ସିଙ୍ଗଲ୍ସ ଖେଳାଳି ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ