ଜମ୍ମୁ-କାଶ୍ମୀରର ମେନ୍ଧରରେ ଭୂସ୍ଖଳନ, ଏକ ବିଦ୍ୟାଳୟ ଓ ଅନେକ ଘର କ୍ଷତିଗ୍ରସ୍ତ
ପୁଂଛ୍, ୨ ଅଗଷ୍ଟ (ହି.ସ.)- ପୁଂଛ୍ ଜିଲ୍ଲାର ମେନ୍ଧର ତହସିଲ ଅନ୍ତର୍ଗତ ସରୋତି ଜବ୍ରାନ୍ ଗ୍ରାମରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ ଏକ ବିଦ୍ୟାଳୟ ଏବଂ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଘରେ ଧିରେ ଧିରେ ଫାଟ ସୃଷ୍ଟି ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛି
ଜମ୍ମୁ-କାଶ୍ମୀରର ମେନ୍ଧରରେ ଭୂସ୍ଖଳନ, ଏକ ବିଦ୍ୟାଳୟ ଓ ଅନେକ ଘର କ୍ଷତିଗ୍ରସ୍ତ


ପୁଂଛ୍, ୨ ଅଗଷ୍ଟ (ହି.ସ.)- ପୁଂଛ୍ ଜିଲ୍ଲାର ମେନ୍ଧର ତହସିଲ ଅନ୍ତର୍ଗତ ସରୋତି ଜବ୍ରାନ୍ ଗ୍ରାମରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ ଏକ ବିଦ୍ୟାଳୟ ଏବଂ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଘରେ ଧିରେ ଧିରେ ଫାଟ ସୃଷ୍ଟି ହେଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ଧରି ଭୂସ୍ଖଳନ ଧୀରେ ଧୀରେ ହେଉଥିଲା, କିନ୍ତୁ ଏବେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଯାଇଛି, କାରଣ କ୍ରମାଗତ ଭାବେ ମାଟି ଧସୁଛି । ସମଗ୍ର ଟାଉନସିପ୍ ଉପରେ ବିପଦ ବଢିବା ସହିତ ଆଗାମୀ ଦିନରେ ଅଧିକ ଘର ଭୁଶୁଡ଼ିପାରେ ବୋଲି ଆଶଙ୍କା କରାଯାଉଛି । କ୍ରମାଗତ ଭାବେ ମାଟି ଧସିବା ଏବଂ ସେମାନଙ୍କ ଘରେ ବୃଦ୍ଧି ପାଉଥିବା ଫାଟ ଯୋଗୁଁ ପ୍ରଭାବିତ ଲୋକମାନେ ଭୟ ଏବଂ ଅନିଶ୍ଚିତତାର ବାତାବରଣରେ ରହୁଛନ୍ତି ।

ବାସିନ୍ଦାମାନେ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ପରିସ୍ଥିତିର ଆକଳନ କରିବାକୁ ଏବଂ କୌଣସି ଜୀବନ କିମ୍ବା ସମ୍ପତିର କ୍ଷତିକୁ ରୋକିବା ପାଇଁ ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏହି କଠିନ ସମୟରେ ପ୍ରଭାବିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ପାଇଁ ସେମାନେ ମେନ୍ଧରର ସମସ୍ତ ରାଜନୈତିକ ନେତା ଏବଂ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ଜରୁରୀକାଳୀନ ଭିତିରେ ଘଟଣାସ୍ଥଳକୁ ଏକ ବିଶେଷଜ୍ଞ ଦଳ ପଠାଇବା, ପ୍ରଭାବିତ ଅଂଚଳର ବିସ୍ତୃତ ଆକଳନ କରିବା ଏବଂ ସମଗ୍ର ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ବାସିନ୍ଦାମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande