
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.) - ନେପାଳରେ ବନ୍ୟା
ପୀଡିତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ନେପାଳରେ ଭୟାବହ ବନ୍ୟା ଯୋଗୁଁ ପ୍ରଭାବିତ ଲୋକମାନଙ୍କ
ପାଇଁ ମୋର ଚିନ୍ତା ଓ ପ୍ରାର୍ଥନା ରହିଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ପ୍ରତି
ମୁଁ ହୃଦୟରୁ ସମବେଦନା ଜଣାଉଛି ଏବଂ ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।
ଏହି କଠିନ ସମୟରେ ଓଡ଼ିଶା
ନେପାଳବାସୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭାବିତ ସମସ୍ତଙ୍କୁ
ଏହି ସଙ୍କଟର ସାମ୍ନା କରିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ଏବଂ ଉଦ୍ଧାର ଓ ରିଲିଫ୍
କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା