
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ନେପାଳରେ
ଫସିଥିବା ଫୁଟବଲ ଖେଳାଳିଙ୍କୁ ଓଡିଶା ଫେରାଇ ଅଣାଯିବ ବୋଲି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ
ସୂରଜ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ନେପାଳରେ
ଦୁର୍ଭାଗ୍ୟଜନକ ଭାବେ ଭୁସ୍ଖଳନ ହେଲା । ଆମ ଖେଳାଳି ସେ ରିଜିଅନରେ ନାହାନ୍ତି । ସେମାନେ
ସୁରକ୍ଷିତ ଅଛନ୍ତି । ସେଠାରୁ ସେମାନଙ୍କୁ ଆଣିବା ପାଇଁ ବିଭାଗ ପକ୍ଷରୁ ଉଚ୍ଚ ପଦସ୍ଥ
ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ନେପାଳ ସରକାରଙ୍କ ସହ
ଯୋଗାଯୋଗରର ଅଛନ୍ତି । ଗୃହ ମନ୍ତ୍ରଣାଳୟକୁ ଏବାବଦରେ ଅବଗତ କରାଯାଇଛି । ଓଡିଶା ମୋ ପରିବାର
ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ନେଉଛନ୍ତି । ଖୁଵ ଶୀଘ୍ର ସେମାନଙ୍କୁ
ଫେରାଇ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା