
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ପଣ୍ଡିତ ରଘୁନାଥ
ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ 26 ସପ୍ତାହରେ ଜନ୍ମଗ୍ରହଣ କରିଥିବା ଶିଶୁ ନୂତନ ଜୀବନ
ଦେଇଥିବା ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ସ୍ୱାସ୍ଥ୍ୟମନ୍ତ୍ରୀ ଏକ୍ସ
ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି କହିଛନ୍ତି ଯେ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ
ହସ୍ପିଟାଲର ଶିଶୁ ବିଭାଗ ମାତ୍ର ୨୬ ସପ୍ତାହରେ ଜନ୍ମଗ୍ରହଣ କରିଥିବା ଏକ ଶିଶୁକୁ ନୂତନ ଜୀବନ
ଦେଇଛନ୍ତି। ଉନ୍ନତ ସ୍ୱାସ୍ଥ୍ୟ ସେବା, ଦକ୍ଷ
ଡାକ୍ତରୀ ଟିମଙ୍କ ପ୍ରୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ବିଭାଗର ସମସ୍ତ ଡାକ୍ତର, ନର୍ସଙ୍କୁ
ଶୁଭେଚ୍ଛା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା