
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ରାକ୍ଷୀ
ପୂର୍ଣ୍ଣିମାରେ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ବାର୍ତ୍ତା । ହେଲମେଟ ପିନ୍ଧିଥିବା
ଲୋକଙ୍କୁ ଗିଫ୍ଟ, ହେଲମେଟ
ବ୍ୟବହାର ନ କରୁଥିବା ଲୋକଙ୍କୁ ସୁରକ୍ଷା
ବାର୍ତ୍ତା ରାଖୀ ବାନ୍ଧିଲେ ପରିବହନ
କମିଶନର ଅମିତାଭ ଠାକୁର ।
ସେପଟେ ଏକମାତ୍ର ପୁଅକୁ
ହରାଇଥିବା ମା ଲୋକଙ୍କୁ ଦେଲେ ସଡକ ସୁରକ୍ଷା ବାର୍ତ୍ତା । ଭୁବନେଶ୍ବର ଏସପ୍ଲାନେଡ ମଲ୍ ରେ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ । ପରିବହନ କମିଶନର ଅମିତାଭ
ଠାକୁର କହିଛନ୍ତି ଯେ, ବିଭାଗ ସର୍ବଦା
ଲୋକଙ୍କୁ ସଚେତନ କରୁଅଛି । ଲୋକମାନଙ୍କ ସୁରକ୍ଷା ପାଇଁ ଏହି ପ୍ରୟାସ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା