
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଶ୍ରୀ ସନ୍ଦୀପ
ମହାପାତ୍ର ଓ ଶ୍ରୀମତୀ ସିଦ୍ଧାର୍ଥୀ କୁମାରୀ ସାହୁ ୨୨ ଅଗଷ୍ଟ ୨୦୨୬ରେ ନେପାଳରେ ପହଞ୍ଚିଥିଲେ।
ସେମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା,
କିନ୍ତୁ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଛନ୍ତି। ବର୍ତ୍ତମାନ
ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି ଏବଂ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ତାଙ୍କ
ଭଉଣୀଙ୍କଠାରୁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର
ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ସେମାନେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ଶ୍ରୀ ରାକେଶ କୁମାର ପଣ୍ଡା, ପୁରୀ
ଜିଲ୍ଲାର ବାସିନ୍ଦା, ଅନ୍ୟ ଦୁଇଜଣଙ୍କ ସହ ନେପାଳ ଯାଇଥିଲେ। ସେମାନେ ସୁରକ୍ଷିତ ଅଛନ୍ତି
ଏବଂ ରକ୍ସୌଲ୍ ସୀମା ଚେକ୍ ପୋଷ୍ଟ ଅତିକ୍ରମ କରି ଭାରତ ଫେରୁଛନ୍ତି।
ଓଡ଼ିଶାର ୬ ଜଣ ଫୁଟବଲ୍
ଖେଳାଳିଙ୍କ ଏକ ଦଳ, କୋଚ୍ ଶ୍ରୀ ହଲିମ୍ ଙ୍କ ସହ ନେପାଳର ପୋଖରାଠାରେ ଏକ ଫୁଟବଲ୍ ମ୍ୟାଚ୍
ଖେଳିବା ପାଇଁ ଯାଇଥିଲେ। କୋଚ୍ଙ୍କ ସୂଚନା ଅନୁଯାୟୀ,
ସମସ୍ତେ ସୁରକ୍ଷିତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା