ନେପାଳରେ ଭୟାବହ ବନ୍ୟା ପରିସ୍ଥିତିକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ନେପାଳରେ ଭୟାବହ ବନ୍ୟା ପରିସ୍ଥିତିକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତ ସମସ୍ତଙ୍କ ସହିତ ଏବଂ ଏବେ ବି ନିଖୋଜ ଥିବା ଲୋକମାନଙ୍କ ପାଇଁ ସେ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧ
ନେପାଳରେ ଭୟାବହ ବନ୍ୟା     ପରିସ୍ଥିତିକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଃଖ ପ୍ରକାଶ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ନେପାଳରେ ଭୟାବହ

ବନ୍ୟା ପରିସ୍ଥିତିକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତ

ସମସ୍ତଙ୍କ ସହିତ ଏବଂ ଏବେ ବି ନିଖୋଜ ଥିବା ଲୋକମାନଙ୍କ ପାଇଁ ସେ ଚିନ୍ତା ପ୍ରକଟ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନେପାଳରେ ଭୟାବହ ବନ୍ୟା ଯୋଗୁଁ ଘଟିଥିବା ବ୍ୟାପକ

କ୍ଷୟକ୍ଷତି ଏବଂ ଜୀବନହାନି ଖବରରେ ମୁଁ ଗଭୀର ଭାବେ ମର୍ମାହତ। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି

ମୋର ହୃଦୟରୁ ସମବେଦନା ଜଣାଉଛି। ପ୍ରଭାବିତ ସମସ୍ତଙ୍କ ସହିତ ଏବଂ ଏବେ ବି ନିଖୋଜ ଥିବା

ଲୋକମାନଙ୍କ ପାଇଁ ମୋର ଚିନ୍ତା ଓ ପ୍ରାର୍ଥନା ରହିଛି। ଏହି ଦୁଃଖଦ ଓ କଠିନ ସମୟରେ ଭାରତ ନେପାଳ

ସହ ଦୃଢ଼ ଭାବେ ଠିଆ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande