


ଭୁବନ, ୨୭ ଅଗଷ୍ଟ (ହି.ସ.)- ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ନଗର ଶାଖା ପକ୍ଷରୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଓ ବନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରି ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥିଲା।
ସମାଜ ଓ ଦେଶର ସୁରକ୍ଷା ପାଇଁ ନିରନ୍ତର ସେବା ଓ ତ୍ୟାଗ କରୁଥିବା ଆମର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ରକ୍ଷା ବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନଙ୍କ ନେତୃତ୍ୱରେ ସାଥୀ କାର୍ଯ୍ୟକର୍ତ୍ତା କ୍ଷୀରୋଦିନି ବାରିକ୍, ସ୍ୱାତୀ, ନିକି, ବର୍ଷାଙ୍କ ସହ ଛାତ୍ର ନେତା ପ୍ରୀତିରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାସ, ସୋୟମ ଓ ସତ୍ୟ ଯୋଗଦେଇଥିଲେ।
ରାକ୍ଷୀର ଏହି ପବିତ୍ର ବନ୍ଧନ ସମାଜରେ ଭାଇଚାରା, ସୁରକ୍ଷା ଓ ସେବାର ଭାବନାକୁ ଆହୁରି ମଜବୁତ କରିବାର ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହ ଵିଦ୍ୟାର୍ଥୀ ପରିଷଦକୁ ଧନ୍ୟବାଦ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ