ସିକନ୍ଦରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଆଣିବାକୁ ଧାରକରଜ, ମୃତ୍ୟୁକୁ ନେଇ ପରିବାରର ସନ୍ଦେହ
ନୂଆପଡ଼ା, ୨୭ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମହୁଲକୋଟ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ସିକନ୍ଦରାବାଦ ସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାର୍ଥ ଶବର (୨୨)। ତାଙ୍କ ବାପାଙ୍କ ନାମ ମଧୁକର ଶବର। ପ୍ରାୟ ସାତ ମାସ ପୂର୍ବେ ପାର୍ଥ କାମ ଅନ୍ୱେଷଣରେ ମୁମ୍ବାଇ ଯ
Dadan shramik nka mrutyu


ନୂଆପଡ଼ା, ୨୭ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମହୁଲକୋଟ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ସିକନ୍ଦରାବାଦ ସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାର୍ଥ ଶବର (୨୨)। ତାଙ୍କ ବାପାଙ୍କ ନାମ ମଧୁକର ଶବର। ପ୍ରାୟ ସାତ ମାସ ପୂର୍ବେ ପାର୍ଥ କାମ ଅନ୍ୱେଷଣରେ ମୁମ୍ବାଇ ଯାଇଥିଲେ। ସେଠାରେ କାମ ଠିକ୍ ଭାବେ ନ ଚାଲିବାରୁ ପରେ ସିକନ୍ଦରାବାଦ ଯାଇଥିଲେ। ସେଠାରେ ଗତ ପ୍ରାୟ ଚାରି ମାସ ଧରି ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ଗୁରୁବାର ସକାଳେ ହସ୍ପିଟାଲରେ ପାର୍ଥଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରକୁ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ପାର୍ଥଙ୍କ ବାପା ମଧୁକର ଶବର ଓ ସ୍ତ୍ରୀ ଦିବ୍ୟସିନୀ ଶବର ଧାରକରଜ କରି ସିକନ୍ଦରାବାଦ ଯାଇ ମୃତଦେହ ଗାଁକୁ ଆଣିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ପାର୍ଥଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଦୂର ରାଜ୍ୟରୁ ମୃତଦେହ ଆଣିବା ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏପରି ସ୍ଥିତିରେ ଜିଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମୃତଦେହ ଆଣିବା ସହ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ ପାର୍ଥଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। କେଉଁ ପରିସ୍ଥିତିରେ ଓ କିପରି ତାଙ୍କ ମୃତ୍ୟୁ ଘଟିଲା, ତାହାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ପରିବାର ଦାବି କରିଛି। ଯଦି ମୃତ୍ୟୁ ପଛରେ କୌଣସି ଅପରାଧିକ କାରଣ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande