
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ପବିତ୍ର ରାକ୍ଷୀ
ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏହି
ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର
ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟବାସୀ ବିଶେଷ କରି ମୋର ସମସ୍ତ ସ୍ନେହମୟୀ
ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆପଣମାନଙ୍କ ଗଭୀର ବିଶ୍ୱାସ ଓ ଅତୁଟ ଭଲପାଇବାକୁ ସମ୍ବଳ କରି ରାଜ୍ୟ ସେବାରେ ବ୍ରତୀ ଏହି
ଭାଇ ପାଇଁ ଆପଣଙ୍କ ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ହିଁ ସର୍ବୋଚ୍ଚ ପ୍ରାଥମିକତା। 'ସୁଭଦ୍ରା' ମାଧ୍ୟମରେ
ଆଜି ଯେତେବେଳେ ମୋର ଭଉଣୀମାନେ ନିଜ ସ୍ୱପ୍ନ ସାକାର କରି ଆତ୍ମନିର୍ଭରଶୀଳ ହେଉଛନ୍ତି, ଜଣେ ଭାଇ
ଭାବରେ ମୋ ହୃଦୟ ଅପାର ଗର୍ବ ଓ ଆନନ୍ଦରେ ଭରିଉଠୁଛି। ଆପଣଙ୍କ ପ୍ରତ୍ୟେକଟି ସୁଖ-ଦୁଃଖରେ, ଆପଣଙ୍କ
ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଭାଇ ସଦାସର୍ବଦା ଆପଣଙ୍କ ସାଥୀ ହୋଇ ଛିଡ଼ା ହୋଇ ରହିବ। ମହାପ୍ରଭୁ ଆପଣ ସମସ୍ତଙ୍କ ଜୀବନକୁ ଅପାର ସୁଖ, ଶାନ୍ତି
ଓ ସମୃଦ୍ଧିରେ ଭରିଦିଅନ୍ତୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ,ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଅବସରରେ
ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଭାଇଭଉଣୀଙ୍କ ଅତୁଟ ସ୍ନେହ ଓ
ବିଶ୍ୱାସର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ, ଏହାହିଁ କାମନା
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭଉଣୀ ଓ
ଭାଇଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ
ଓ ଭଲପାଇବାର ଏହି ପବିତ୍ର ବନ୍ଧନ ସଦା ଅତୁଟ ରହୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଜୀବନ
ସୁଖ, ଶାନ୍ତି
ଓ ସମୃଦ୍ଧିରେ ଭରି ଦିଅନ୍ତୁ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଶୁଭକାମନା।ଭାଇ ଭଉଣୀଙ୍କ ସ୍ନେହ,
ଆଦର, ଓ ବିଶ୍ୱାସର ଏହି ଅତୁଟ ବନ୍ଧନ ସମସ୍ତଙ୍କ ଜୀବନରେ ସଦାସର୍ବଦା ଖୁସି
ଓ ଆନନ୍ଦ ଭରିଦେଉ ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା