
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.) ରାଖୀ
ପୂର୍ଣ୍ଣିମାରେ ଆଜି ଆମ ବସରେ ମହିଳା ଯାତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ । ଏନେଇ କ୍ରୁଟ
ପକ୍ଷରୁ ସୂଚନା ଦିଆଯାଇଛି । କ୍ରୁଟ ପକ୍ଷରୁ କୁହାଯାଇଛି ଯେ, ପବିତ୍ର ରକ୍ଷା ବନ୍ଧନ ଅବସରରେ
ହାର୍ଦ୍ଦିକ ଶୁଭେଚ୍ଛା। ଏହି ଅବସରରେ ମହିଳାଯାତ୍ରୀମାନେ ଆଜି ପାଇଁ ଆମ ବସ୍ରେ ଦେୟମୁକ୍ତ
ଯାତ୍ରା କରିପାରିବେ। ଦୟାକରି ବସ୍ ଗାଇଡ୍ଙ୍କଠାରୁ ଶୂନ୍ୟ ଭଡ଼ା ଉଲ୍ଲେଖ ଥିବା ଟିକେଟ୍
ନିହାତି ସଂଗ୍ରହ କରନ୍ତୁ ଏବଂ ଆମ ବସ୍ରେ ସୁରକ୍ଷିତ,
ଆରାମଦାୟକ ଯାତ୍ରାର ଅନୁଭବ ନିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା