
ଘଟଗାଁ,୨୮ ଅଗଷ୍ଟ (ହି. ସ )ବନ ବିଭାଗର କାର୍ଯ୍ୟ ବିଫଳତାକୁ ନେଇ ଜାତୀୟ ରାଜ ପଥରେ ପ୍ରତିବାଦ କଲେ ଶହ ଶହ ଗ୍ରାମ ବାସୀ। ୨୨୦ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ପରିବାର। କେନ୍ଦୁଝର ବନ ଖଣ୍ଡ ଘଟଗାଁ ରେଞ୍ଜ ବିଭିହ୍ନ ଗ୍ରାମରେ ଦିନକୁ ଦିନ ଜଙ୍ଗଲୀ ହାତୀର ଉତ୍ପାତ ବଢ଼ି ଯାଇଥିବା ବେଳେ ହାତୀ ଆତଙ୍କ ଖେଳାଇ ଘର ଦ୍ୱାର ଭାଙ୍ଗିବା ସଙ୍ଗେ ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ନେଉଛି। ହାତୀର ଉଦଣ୍ଡତା ଚରମ ସୀମାରେ ପହଁଚି ଥିଲେ ସୁଧା ତାକୁ ଆୟତ କରିବାରେ ବନ ବିଭାଗ ବିଫଳ ରହୁଥିବା ଅଭିଯୋଗ ରହୁଛି। ତେବେ ଆଜି ବନ ବିଭାଗର ବିଫଳତାକୁ ନେଇ ଢେଂକିକୋଟ କରଞ୍ଜିଆ ୨୨୦ ନମ୍ବର ଜାତୀୟ ରାଜପଥ କପାସ ପଡା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ ଶତାଧିକ ଲୋକ । ଗାଡି ମୋଟର ଚଳାଚଳ ସମ୍ପୂର୍ଣ ଠପ ହୋଇ ପଡିଥିଲା। ଶେଷରେ ଘଟଣା ସ୍ଥଳକୁ ବନାଞ୍ଚଳ ଅଧିକାରୀ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷୟ କ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ