
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା
ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ହକିର ଯାଦୁକର, ପଦ୍ମଭୂଷଣ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା
ଦିବସ ଅବସରରେ ଏହି ମହାନ କ୍ରୀଡ଼ାବିତ୍ଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କିମ୍ବଦନ୍ତୀ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ
ଜନ୍ମବାର୍ଷିକୀ ଅବସରରେ ଭାରତୀୟ କ୍ରୀଡ଼ା କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ହୃଦୟରୁ
ଶ୍ରଦ୍ଧାଞ୍ଜଳି। ସମସ୍ତଙ୍କୁ ଜାତୀୟ କ୍ରୀଡ଼ା ଦିବସର ହାର୍ଦ୍ଦିକ ଶୁଭେଚ୍ଛା!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା