ଜାତୀୟ ରାଜପଥରେ ଡକାୟତି ଘଟଣା : ୩ ଗିରଫ
ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)- ଅଗଷ୍ଟ ୧୪ ତାରିଖ ରାତିରେ ଲାଞ୍ଜିପଲ୍ଲୀ ପେଟ୍ରୋଲ ପମ୍ପ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ସଶସ୍ତ୍ର ଡକାୟତି ହୋଇଥିଲା। ଏହିଘଟଣାରେ ଲିଲୁ ବେହେରା ଓ ବୁଲୁ ପାତ୍ର ଫୁଲଟାରୁ ଫେରୁଥିବା ବେଳେ ତିନି ଜଣ ମାରଣାସ୍ତ୍ର ଦେଖାଇ ଏଗାର ହଜାର ଟଙ୍କା ଓ ଦୁଇଟି ମୋବାଇଲ ଛଡ଼ାଇ ନେଇଥ
ଜାତୀୟ ରାଜପଥରେ ଡକାୟତି ଘଟଣା : ୩ ଗିରଫ


ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)- ଅଗଷ୍ଟ ୧୪ ତାରିଖ ରାତିରେ ଲାଞ୍ଜିପଲ୍ଲୀ ପେଟ୍ରୋଲ ପମ୍ପ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ସଶସ୍ତ୍ର ଡକାୟତି ହୋଇଥିଲା। ଏହିଘଟଣାରେ ଲିଲୁ ବେହେରା ଓ ବୁଲୁ ପାତ୍ର ଫୁଲଟାରୁ ଫେରୁଥିବା ବେଳେ ତିନି ଜଣ ମାରଣାସ୍ତ୍ର ଦେଖାଇ ଏଗାର ହଜାର ଟଙ୍କା ଓ ଦୁଇଟି ମୋବାଇଲ ଛଡ଼ାଇ ନେଇଥିଲେ। ଏଟିଏମରୁ ଟଙ୍କା ଉଠାଇବାକୁ ଗୋପାଳପୁର ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ, ଦୁହେଁ ଖସି ଯାଇଥିଲେ।

ଅଗଷ୍ଟ ୨୮ ତାରିଖରେ ବି.ଏନ.ପୁର ପୋଲିସ ତିନି ଜଣଙ୍କୁ ଧରିଛି। ଗିରଫମାନେ ଅଭିଯୁକ୍ତମାନେ ହେଲେ ପ୍ରିତେଶ କୁମାର ମାଝୀ ସାମନ୍ତ (୧୯), ସେକ ଜାହିଦ (୧୯), ଏବଂ

ଜଣେ ସତର ବର୍ଷୀୟ ନାବାଳକ l

ଭିଭୋ ଓ ମୋଟୋରୋଲା ମୋବାଇଲ, ଛଅ ହଜାର ଟଙ୍କା, ଲୁହା ଛପାଡ ଓ ହୋଣ୍ଡା ଆକ୍ଟିଭା ସ୍କୁଟର ଏମାନଙ୍କ ଠାରୁ ପୁଲିସ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande