ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହେଉଥିବା ହକି ଯାଦୁକର ମେଜର ଧ୍ୟାନ
ଜାତୀୟ କ୍ରୀଡ଼ା ଦିବସରେ     ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା


ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା

ଦିବସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହି ଅବସରରେ

ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ

ହେଉଥିବା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।

କିମ୍ବଦନ୍ତୀ ହକି ମହାରଥୀ

ନିଜର ଅପୂର୍ବ ଯାଦୁ ଓ ମଇଦାନରେ ଅତୁଳନୀୟ କୌଶଳ ଜରିଆରେ ପିଢ଼ି ପିଢ଼ି ଧରି

କ୍ରୀଡ଼ାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ହକି ଷ୍ଟିକ୍ରେ ତାଙ୍କର କଳାତ୍ମକ ଦକ୍ଷତା ଏବଂ

କ୍ରୀଡ଼ାରେ ଶ୍ରେଷ୍ଠତା ହାସଲ କରିବା ପ୍ରତି ତାଙ୍କର ଅଦମ୍ୟ ଉତ୍ସାହ ଆଗାମୀ ପିଢ଼ିର

କ୍ରୀଡ଼ାବିତ୍ମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande