ରାକ୍ଷୀ ପୂର୍ଣ୍ଣିମାରେ ବୃକ୍ଷ ରୋପଣ କଲେ ପରିବେଶ ଯୋଦ୍ଧା
ଘଟଗାଁ, ୨୮ ଅଗଷ୍ଟ (ହି ସ ) ସହରର ସୌନ୍ଦର୍ଯ୍ୟ କରଣ ଓ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ଓ ବିଷାକ୍ତ ଧୂଳି ଧୂଆଁରେ ଗାଁ ରୁ ସହର ଧିରେ ଧିରେ ଦୂଷିତ ହେବାକୁ ବସିଛି। ଏହି ପରିପ୍ରେକ୍ଷୀରେ ଘଟଗାଁ ବ୍ଲକ ମଣତା ଗାଁର ତିନି ଜଣ ବାଳକ
ରାକ୍ଷୀ ପୂର୍ଣ୍ଣିମାରେ ବୃକ୍ଷ ରୋପଣ କଲେ ପରିବେଶ ଯୋଦ୍ଧା


ଘଟଗାଁ, ୨୮ ଅଗଷ୍ଟ (ହି ସ ) ସହରର ସୌନ୍ଦର୍ଯ୍ୟ କରଣ ଓ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ଓ ବିଷାକ୍ତ ଧୂଳି ଧୂଆଁରେ ଗାଁ ରୁ ସହର ଧିରେ ଧିରେ ଦୂଷିତ ହେବାକୁ ବସିଛି। ଏହି ପରିପ୍ରେକ୍ଷୀରେ ଘଟଗାଁ ବ୍ଲକ ମଣତା ଗାଁର ତିନି ଜଣ ବାଳକ କ୍ଷିତୀଶ କୁମାର ପାତ୍ର , ମାଧବ ପାତ୍ର ଓ ଦିପେଶ କୁମାର ପାତ୍ର ପରିବେଶ ଯୋଦ୍ଧା ଭାବରେ ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି। ରକ୍ଷା ବନ୍ଧନରେ ଭଉଣୀ ହାତରୁ ରାକ୍ଷୀ ବନ୍ଧି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ତିରିଶରୁ ଉର୍ଦ୍ଧ ବିଭିହ୍ନ ପ୍ରକାର ବୃକ୍ଷ ଔଷଧିୟ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରି ସମାଜକୁ ରକ୍ଷା ବନ୍ଧନର ଏକ ନୂତନ ସନଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande