
ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ଭୁଲିଆ ମେହେର ସମାଜ କେନ୍ଦ୍ରୀୟ ବୋର୍ଡ଼ ଆନୁକୂଲ୍ୟରେ ମେହେର ସମାଜର ଧର୍ମଶାଳା ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ଉକ୍ତ ସାରସ୍ୱତ ଭବ୍ୟ ଜୟନ୍ତୀ ଉତ୍ସବରେ ବୋର୍ଡ଼ର ସଭାପତି ଡ. ଲମ୍ବୋଦର ମେହେର, କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ମେହେର, ଉପଦେଷ୍ଟା ଅମର ସିଂ ମେହେର, ସଂପାଦକ ବାସୁଦେବ ମେହେର, ସହ-ସଂପାଦକ ନବୀନ କୁମାର ମେହେର, ଶଶାଙ୍କ ଶେଖର ମେହେର ଏବଂ ଅନ୍ୟାନ୍ୟ କର୍ମକର୍ତା ତଥା ପୂର୍ଣ୍ଣଚନ୍ଦ୍ର ମେହେର, ମକରଧ୍ୱଜ ମେହେର, ଦୁଷ୍ମନ୍ତ ମେହେର, ସୂର୍ଯ୍ୟମଣି ମେହେର, ଲକ୍ଷା ମେହେର, ମନମୋହନ ମେହେର, ରମାକାନ୍ତ ମେହେର, ଆଲ୍ଲାଦିନୀ ମେହେର, ତପ ମେହେର ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ଗଙ୍ଗାଧରଙ୍କ କାବ୍ୟରୁ କେତେକ ପଦ ସମବେତ କଣ୍ଠରେ ଗାନ କରାଯାଇଥିଲା ଏବଂ ଗଙ୍ଗାଧରଙ୍କ ଜୀବନୀ ଓ ସାହିତ୍ୟକୃତି ବିଷୟରେ ଆଲୋଚନା କରାଯାଇଥିଲା। ସଭା ଶେଷରେ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ