ଡିଏଭିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
Ganga jayanti observed in DAV
Ganga jayanti observed in DAV


ଝାରସୁଗୁଡ଼ା, 28 ଅଗଷ୍ଟ (ହି.ସ.)ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟର ଅମର ସାଧକ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମହାନ ସାହିତ୍ୟିକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ସାଧନା ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ତାଙ୍କ ରଚନାରେ ପ୍ରକୃତିପ୍ରେମ, ମାନବିକତା, ନୈତିକତା ଓ ସାମାଜିକ ଚେତନାର ଅପୂର୍ବ ସମନ୍ୱୟ ରହିଥିବା ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ସାହିତ୍ୟ ପଢ଼ି ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବାକୁ ପ୍ରେରିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତାଙ୍କ ଆବାହକତ୍ୱରେ ଏହି ଅବସରରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ଭାବଧାରା ଆଧାରିତ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ତାଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ। ଛାତ୍ର ପ୍ରୀତି ପ୍ରସନ୍ନ ବିଶ୍ୱାଳ ଗଙ୍ଗାଧରଙ୍କ ବେଶ ଧାରଣ କରିବା ସହ ତାଙ୍କ ଚରିତ୍ର ଚିତ୍ରଣ କରିଥିଲେ ଓ ଛାତ୍ରୀ ସାମ୍ଭବୀ ସେନାପତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ମଧୁସ୍ମିତା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିବ୍ୟେନ୍ଦୁ ମଲ୍ଲିକ, ଗୀତାଞ୍ଜଳି ମିଶ୍ର, ସତ୍ୟନାରାୟଣ ଜେନା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande