ମପ୍ର : ବେଙ୍ଗାଲୁରୁ ପୋଲିସର ଗାଡ଼ି ଏବଂ ୟୁପିର ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଜଣଙ୍କ ମୃତ୍ୟୁ ଏବଂ ୧୨ ଆହତ
ଭୋପାଳ/ରାଜଗଡ଼, ୨୮ ଅଗଷ୍ଟ (ହି.ସ.)- ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ବ୍ୟାୱରାରେ ଭୋପାଳ ବାଇପାସ୍ ବ୍ରିଜ୍ ଉପରେ ଶୁକ୍ରବାର ସକାଳେ ଅଭିଯୁକ୍ତମାନଙ୍କ ସନ୍ଧାନରେ ବାହାରିଥିବା ବେଙ୍ଗାଲୁରୁ ପୋଲିସର ଟିମର ଗାଡ଼ି ଏବଂ ଉତର ପ୍ରଦେଶର ଏକ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା। ଦୁ
ମପ୍ର : ବେଙ୍ଗାଲୁରୁ ପୋଲିସର ଗାଡ଼ି ଏବଂ ୟୁପିର ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଜଣଙ୍କ ମୃତ୍ୟୁ ଏବଂ ୧୨ ଆହତ


ଭୋପାଳ/ରାଜଗଡ଼, ୨୮ ଅଗଷ୍ଟ (ହି.ସ.)- ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ବ୍ୟାୱରାରେ ଭୋପାଳ ବାଇପାସ୍ ବ୍ରିଜ୍ ଉପରେ ଶୁକ୍ରବାର ସକାଳେ ଅଭିଯୁକ୍ତମାନଙ୍କ ସନ୍ଧାନରେ ବାହାରିଥିବା ବେଙ୍ଗାଲୁରୁ ପୋଲିସର ଟିମର ଗାଡ଼ି ଏବଂ ଉତର ପ୍ରଦେଶର ଏକ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ବେଙ୍ଗାଲୁରୁ ପୋଲିସର ଜଣେ ସାଇବର ଇନ୍ସପେକ୍ଟର ଏବଂ ବସ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ପାଂଚ ଲୋକଙ୍କୁ ଭୋପାଳ ରେଫର୍ କରାଯାଇଛି।

ସୂଚନା ଅନୁଯାୟୀ, ରାଜଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଅଭିଯୁକ୍ତମାନଙ୍କ ସନ୍ଧାନରେ ବାହାରିଥିବା ବେଙ୍ଗାଲୁରୁ (କର୍ଣ୍ଣାଟକ) ପୋଲିସର ଗାଡ଼ି ଏବଂ ଉତର ପ୍ରଦେଶର ଏକ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଯାନର ପରଖଚ୍ଚେ ଉଡ଼ିଯାଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ କର୍ଣ୍ଣାଟକ ପୋଲିସର ଜଣେ ପୋଲିସ ନିରୀକ୍ଷକ (ଇନ୍ସପେକ୍ଟର), ବସ୍ ଚାଳକଙ୍କ ସମେତ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେହିପରି, ୩ ଜଣ ପୋଲିସକର୍ମୀଙ୍କ ସମେତ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଭୋପାଳ ରେଫର୍ କରାଯାଇଛି।

ମୃତକମାନଙ୍କ ମଧ୍ୟରେ କର୍ଣ୍ଣାଟକ ପୋଲିସ ନିରୀକ୍ଷକ ରବି କେଭି (୪୫ ବର୍ଷ) ପୁତ୍ର ବସପ୍ପା, ନିବାସୀ ବେଙ୍ଗାଲୁରୁ, କର୍ଣ୍ଣାଟକ। ବିକାଶ ଶୁକ୍ଲା (୨୯ ବର୍ଷ) ପୁତ୍ର ଅବଧ ନାରାୟଣ, ନିବାସୀ ତେନ୍ଦୁଲୀ, ଫତେହପୁର, ଉତର ପ୍ରଦେଶ (ବସ୍ ଚାଳକ)। ବେଲାଲ ଅଲୀ (୨୩ ବର୍ଷ) ପୁତ୍ର କଲୀମୁଲ୍ଲାହ ମିଆଁ, ନିବାସୀ ସାଥୀ, ଗୋପାଳଗଞ୍ଜ, ବିହାର। ଜ୍ୟୋତିରାଦିତ୍ୟ ସିଂହ ଗୌଡ଼ ପୁତ୍ର ବିକ୍ରମ ସିଂହ ଗୌଡ଼, ନିବାସୀ ବିଜୱାଡ଼ ସାମିଲ ଅଛନ୍ତି।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande