ଏନ୍ଏଚ୍ଆରସି ମାଲଦାରେ ଶିଶୁମାନଙ୍କ ମୃତ୍ୟୁ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କଲା ତଲବ
ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.)- ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ସେହି ଘଟଣାର ସ୍ୱତଃ ସଂଜ୍ଞାନ ନେଇଛି, ଯେଉଁଥିରେ ଏହି ମାସର ପ୍ରଥମ ତିନି ସପ୍ତାହ ମଧ୍ୟରେ ପ୍ରାୟ ୬୦ ନବଜାତ ଶିଶୁଙ୍କ କଥିତ ମୃତ୍ୟୁ ହୋଇଛି। ଆୟୋଗ ରାଜ୍ୟର ମୁଖ୍ୟ ସଚି
ଏନ୍ଏଚ୍ଆରସି ମାଲଦାରେ ଶିଶୁମାନଙ୍କ ମୃତ୍ୟୁ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କଲା ତଲବ


ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.)- ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ସେହି ଘଟଣାର ସ୍ୱତଃ ସଂଜ୍ଞାନ ନେଇଛି, ଯେଉଁଥିରେ ଏହି ମାସର ପ୍ରଥମ ତିନି ସପ୍ତାହ ମଧ୍ୟରେ ପ୍ରାୟ ୬୦ ନବଜାତ ଶିଶୁଙ୍କ କଥିତ ମୃତ୍ୟୁ ହୋଇଛି। ଆୟୋଗ ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଛି।

ମିଡିଆର ରିପୋର୍ଟ ଅନୁସାରେ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ଦିନରେ ହସ୍ପିଟାଲରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ୬୦ ନବଜାତ ଶିଶୁଙ୍କ ମଧ୍ୟରୁ ୪୪ ଜଣଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଅନ୍ୟ ଚିକିତ୍ସା ସୁବିଧାରୁ ସ୍ଥାନାନ୍ତର କରାଯାଇଥିଲା।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande