
ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ମୋର୍ଚ୍ଚାର କର୍ମକର୍ତାମାନେ ଶୁକ୍ରବାର ରକ୍ଷା ବନ୍ଧନ ଅବସରରେ ପାର୍ଟିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବାସଭବନରେ ପହଂଚି ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ସେମାନେ ସ୍ନେହ ଏବଂ ବିଶ୍ୱାସର ଏହି ପବିତ୍ର ସମ୍ପର୍କକୁ ମଜବୁତ କରିବାର ବାର୍ତା ଦେଇଥିଲେ।ରାକ୍ଷୀ ବନ୍ଧାଇବା ପରେ ନିତିନ ନବୀନ ମହିଳା ମୋର୍ଚ୍ଚାର କର୍ମକର୍ତାମାନଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ ଏହା ବିଶ୍ୱାସ ଏବଂ ସ୍ନେହର ଏକ ପବିତ୍ର ସୂତା। ସେ ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ପହଂଚି ରାକ୍ଷୀ ବାନ୍ଧିଥିବା ସମସ୍ତ କର୍ମକର୍ତାଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ