
ବାରାମୁଲା, ୨୮ ଅଗଷ୍ଟ (ହି.ସ.)- ଉତର କଶ୍ମୀରର ବାରାମୁଲା ଜିଲ୍ଲାର କୁଞ୍ଜର ଅଂଚଳର ୱୁସାନ ବାଙ୍ଗିଲରେ ନାକା ଚେକିଂ ସମୟରେ ଜଣେ ବ୍ୟକ୍ତିଙ୍କଠାରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଉଦ୍ଧାର କରାଯାଇଛି।
ଏହି ଚେକିଂ କୁଞ୍ଜର ପୋଲିସ ଷ୍ଟେସନ, ଏସଓଜି କୁଞ୍ଜର, ସିଆରପିଏଫ ୧୭୬ ବାଟାଲିୟନ ଏବଂ ସେନାର ୨ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କ ଏକ ମିଳିତ ଟିମ୍ କରୁଥିଲା। ଗାଡ଼ି ଏବଂ ପାଦଚାରୀଙ୍କ ଯାଂଚ ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି କୁଞ୍ଜରର ହାର୍ଡୁ ଅବୁରା ନିବାସୀ ଶାକିର ନବୀ ଲୋନ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ଘଟଣାସ୍ଥଳରେ ହିଁ ଧରି ନିଆଯାଇଥିଲା।
ତଲାସି ସମୟରେ ତାଙ୍କ ପାଖରୁ କଥିତ ଭାବେ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ କୁଞ୍ଜର ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି। ମାମଲାର ପରବର୍ତୀ ତଦନ୍ତ ଚାଲିଛି।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ