ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଅନେକ ନେତା ବିଶ୍ୱ ସଂସ୍କୃତ ଦିବସ'ର ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ରୀୟ ମନ୍ତ୍ରୀମାନେ ଶୁକ୍ରବାର ଶ୍ରାବଣ ପୂର୍ଣ୍ଣିମା ଅବସରରେ ବିଶ୍ୱ ସଂସ୍କୃତ ଦିବସ''ର ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ରାଧାକୃଷ୍ଣନ ଏକ୍ସରେ ଲେଖିଛନ୍ତି, ବିଶ୍ୱ
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଅନେକ ନେତା ବିଶ୍ୱ ସଂସ୍କୃତ ଦିବସ'ର ଜଣାଇଲେ ଶୁଭେଚ୍ଛା


ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ରୀୟ ମନ୍ତ୍ରୀମାନେ ଶୁକ୍ରବାର ଶ୍ରାବଣ ପୂର୍ଣ୍ଣିମା ଅବସରରେ ବିଶ୍ୱ ସଂସ୍କୃତ ଦିବସ'ର ଶୁଭେଚ୍ଛା ଜଣାଇଛନ୍ତି।

ଉପରାଷ୍ଟ୍ରପତି ରାଧାକୃଷ୍ଣନ ଏକ୍ସରେ ଲେଖିଛନ୍ତି, ବିଶ୍ୱ ସଂସ୍କୃତ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା! ସଂସ୍କୃତ ଭାରତର ଜ୍ଞାନ, ଦର୍ଶନ ଏବଂ ସଭ୍ୟତାର କାଳଜୟୀ ଭାଷା। ଶତାବ୍ଦୀ ଧରି ଏହା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବୌଦ୍ଧିକ ପରମ୍ପରାକୁ ଆକାର ଦେଇଆସିଛି। ଆସନ୍ତୁ, ଆମେ ସଂସ୍କୃତର ଏହି ଅମୂଲ୍ୟ ନିଧିକୁ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପ୍ରସାର କରିବାର ସଂକଳ୍ପ ନେବା; ଏଥିସହିତ, ଆଧୁନିକ ଦୁନିଆରେ ଏହାର ଗୁରୁତ୍ୱ ବଢ଼ାଇବା ସହ ଆଗାମୀ ପିଢ଼ିକୁ ଏହାର ଶାଶ୍ୱତ ଜ୍ଞାନ-ପରମ୍ପରା ସହ ଯୋଡ଼ିବା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଭାଷା ଭାରତର ଜ୍ଞାନ, ଚିନ୍ତା ଏବଂ ସୃଜନଶୀଳତାର ସର୍ବଦା ଚାଲୁଥିବା ବାହକ ରହିଆସିଛି। ଅନେକ କ୍ଷେତ୍ରରେ ଏହାର ଭଲ ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳେ। ଏହି ବିଶେଷ ଦିନରେ, ଭାରତ ଏବଂ ବିଶ୍ୱରେ ସଂସ୍କୃତର ଅଧ୍ୟୟନ ଏବଂ ଅଧ୍ୟାପନ କରୁଥିବା ସମସ୍ତଙ୍କ ପାଇଁ ଶାନ୍ତି କାମନା କରୁଛୁ। ସେମାନେ ଏଥିରେ ଥିବା ଦିବ୍ୟ ଭଣ୍ଡାରକୁ ପରବର୍ତୀ ପିଢ଼ି ପର୍ଯ୍ୟନ୍ତ ପହଂଚାଇବାକୁ ପ୍ରୟାସ କରନ୍ତି।'

ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି ଯେ ସଂସ୍କୃତ ଭାରତର ଗୌରବ, ଯାହାକୁ ଶ୍ରାବଣ ମାସର ପୂର୍ଣ୍ଣିମାକୁ 'ସଂସ୍କୃତ ଦିବସ ଭାବେ ପାଳନ କରାଯାଏ। ସଂସ୍କୃତ ହଜାର ହଜାର ବର୍ଷ ଧରି ଭାରତର ଜ୍ଞାନ-ପରମ୍ପରାକୁ ସମୃଦ୍ଧ କରିଆସିଛି। ଏହା କେବଳ ସଂଳାପର ଭାଷା ନୁହେଁ ବରଂ ଭାରତର ମେଧା, ଚିନ୍ତନ, ଦର୍ଶନ ଏବଂ ସଂସ୍କୃତିର ଜୀବନ୍ତ ଭଣ୍ଡାର। ଏହି ଭାଷା ସମସ୍ତଙ୍କୁ ନିଜ ମୂଳ ସହ ଯୋଡ଼ିଥିବା କଡ଼ି ଏବଂ ଏଥିସହିତ ତର୍କ, ଜ୍ଞାନ ଓ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟର ପ୍ରତୀକ ମଧ୍ୟ। ସଂସ୍କୃତର ସଂରକ୍ଷଣ ଏବଂ ନୂଆ ପିଢ଼ି ପର୍ଯ୍ୟନ୍ତ ଏହାର ପ୍ରସାର ଆମର ସମୃଦ୍ଧ ସଭ୍ୟତା, ସଂସ୍କୃତି ଏବଂ ଜ୍ଞାନ-ଐତିହ୍ୟକୁ ଆଗକୁ ବଢ଼ାଇବାର ସଂକଳ୍ପ।

କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସଂସ୍କୃତ, ଯାହା ଭାରତର ଜ୍ଞାନ, ସଂସ୍କୃତି ଏବଂ ଚେତନାର ପରମ୍ପରାର ମୂଳ ଆଧାର, ଯେତିକି ପ୍ରାଚୀନ, ବୈଜ୍ଞାନିକ ଦୃଷ୍ଟିକୋଣରୁ ସେତିକି ସମୃଦ୍ଧ ମଧ୍ୟ। ସଂସ୍କୃତରେ ରଚିତ ଆମର ବେଦ, ଉପନିଷଦ ଏବଂ ଶାସ୍ତ୍ର ଶତାବ୍ଦୀ ଧରି ମାନବତା ପାଇଁ ଜ୍ଞାନର ପଥ ପ୍ରଶସ୍ତ କରିଆସିଛି। ସେହି ସମସ୍ତ ବିଦ୍ୱାନ ଏବଂ ଶିକ୍ଷକଙ୍କୁ ନମନ କରୁଛୁ ଯେଉଁମାନେ ସଂସ୍କୃତ ଭାଷାକୁ ସଂରକ୍ଷଣ କରିବା ଏବଂ ଏହାକୁ ନୂଆ ପିଢ଼ି ପର୍ଯ୍ୟନ୍ତ ପହଂଚାଇବାରେ ଅବିସ୍ମରଣୀୟ ଅବଦାନ ଦେଇଛନ୍ତି।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande