
ନୂଆଦିଲ୍ଲୀ, ୦୩ ଅଗଷ୍ଟ (ହି.ସ.)- ସମାଜବାଦୀ ପାର୍ଟି (ସପା)ର ମହାସଚିବ ଏବଂ ରାଜ୍ୟସଭା ସଦସ୍ୟ ପ୍ରୋ. ରାମଗୋପାଳ ଯାଦବ ରାମ ମନ୍ଦିର ଚଢ଼ାଉ ଚୋରିକୁ ନେଇ ପୂର୍ଣ୍ଣିଆର ସାଂସଦ ପପ୍ପୁ ଯାଦବଙ୍କ ଦ୍ୱାରା ସଂସଦ ପରିସରରେ କରାଯାଇଥିବା ପ୍ରଦର୍ଶନକୁ ଭୁଲ ବୋଲି କହିଛନ୍ତି। ଯାଦବ କହିଛନ୍ତି ଯେ ଏଥିରେ ସନ୍ତମାନଙ୍କର କୌଣସି ସମ୍ପର୍କ ନାହିଁ।
ପ୍ରୋ. ଯାଦବ ସୋମବାର ସଂସଦ ପରିସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ କହିଥିଲେ, ସାଂସଦ ପପ୍ପୁ ଯାଦବଙ୍କ ପ୍ରଦର୍ଶନ ଭୁଲ ଥିଲା, କାରଣ ରାମ ମନ୍ଦିରର ଚୋରି ସହ ସନ୍ତମାନଙ୍କର କୌଣସି ସମ୍ପର୍କ ନାହିଁ। ଏପରି ହେବା ଉଚିତ ନଥିଲା। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସପା ରାମ ମନ୍ଦିରର ଦାନ ସହ ଜଡ଼ିତ କଥିତ ଅନିୟମିତତା ପ୍ରସଙ୍ଗକୁ ଆଗକୁ ମଧ୍ୟ ଉଠାଇବ।
ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ବିହାରର ପୂର୍ଣ୍ଣିଆର ସାଂସଦ ପପ୍ପୁ ଯାଦବ ପୁଜାରୀ ବେଶ ଧାରଣ କରି ଦାନ ପେଟି ନେଇ ବସିଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ସେଥିରେ ଟଙ୍କା ପକାଇବାର ଅଭିନୟ କରିଥିଲେ। ପରେ ପପ୍ପୁ ଯାଦବ ଟଙ୍କାକୁ ନିଜ ପକେଟରେ ରଖି ଏହି ବାର୍ତା ଦେବାକୁ ଚେଷ୍ଟା କରିଥିଲେ ଯେ ରାମ ମନ୍ଦିରର ଚଢ଼ାଉରେ କଥିତ ଗଡ଼ବଡ଼ି ହୋଇଛି। ଏହି ସମୟରେ ସପା ସାଂସଦ ରୁଚି ବୀରା, ଅଯୋଧ୍ୟାର ସପା ସାଂସଦ ଅବଧେଶ ପ୍ରସାଦ, ସାଂସଦ ଧର୍ମେନ୍ଦ୍ର ଯାଦବ ଏବଂ ସାଂସଦ ଡିମ୍ପଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ, ଯେତେବେଳେ ଅନ୍ୟ ବିରୋଧୀ ସାଂସଦମାନେ ପଛରେ ଠିଆ ହୋଇ ଦେଖୁଥିଲେ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ