ପଶ୍ଚିମବଙ୍ଗ : ବର୍ଦ୍ଧମାନ ଆତଙ୍କବାଦୀ ଲିଙ୍କ୍ ମାମଲାରେ ଆଉ ଜଣେ ଅଭିଯୁକ୍ତ ଆଦିତ୍ୟ ସିଂହ ହାୱଡ଼ାରୁ ଗିରଫ
କୋଲକାତା, ୩ ଅଗଷ୍ଟ (ହି.ସ.)- ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍.ଟି.ଏଫ୍.) ସୋମବାର ଦିନ ହାୱଡ଼ାରୁ ଆଉ ଜଣେ ଅଭିଯୁକ୍ତକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଭିଯୁକ୍ତ ଆଦିତ୍ୟ ସିଂହ ଓରଫ ରାଜ୍ ବୋଲି ଚିହ୍ନଟ କରାଯାଇଛି । ସେ ହାୱଡ଼ାର
ପଶ୍ଚିମବଙ୍ଗ : ବର୍ଦ୍ଧମାନ ଆତଙ୍କବାଦୀ ଲିଙ୍କ୍ ମାମଲାରେ ଆଉ ଜଣେ ଅଭିଯୁକ୍ତ ଆଦିତ୍ୟ ସିଂହ ହାୱଡ଼ାରୁ ଗିରଫ


କୋଲକାତା, ୩ ଅଗଷ୍ଟ (ହି.ସ.)- ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍.ଟି.ଏଫ୍.) ସୋମବାର ଦିନ ହାୱଡ଼ାରୁ ଆଉ ଜଣେ ଅଭିଯୁକ୍ତକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଭିଯୁକ୍ତ ଆଦିତ୍ୟ ସିଂହ ଓରଫ ରାଜ୍ ବୋଲି ଚିହ୍ନଟ କରାଯାଇଛି । ସେ ହାୱଡ଼ାର ବେଲିଲିୟସ୍ ରୋଡ ର ବାସିନ୍ଦା ଏବଂ ଉମେଶ ଚନ୍ଦ୍ର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ଏସ୍.ଟି.ଏଫ୍. ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ସୋମବାର ସକାଳେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି । ସୋମବାର ଦିନ ତାକୁ ବର୍ଦ୍ଧମାନର ଏକ ଅଦାଲତରେ ହାଜର କରାଯାଇଛି ।

ବର୍ଦ୍ଧମାନରୁ ଗିରଫ ହୋଇଥିବା ହମିମ ମଣ୍ଡଳ ସହିତ ଜଡ଼ିତ ଏକ ମାମଲାର ତଦନ୍ତ ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ, ଆଦିତ୍ୟର ହମିମ ମଣ୍ଡଳ ସହ ସମ୍ପର୍କ ଥିଲା ଏବଂ ତା’ରଭୂମିକା ଯାଂଚ୍ କରାଯାଉଛି ।

ରାଜ୍ୟର ସହରାଚଂଳ ବିକାଶ ବିଭାଗର ରାଜ୍ୟମନ୍ତ୍ରୀ ଉମେଶ ଚନ୍ଦ୍ର ପାକିସ୍ତାନରୁ ଏକ ଧମକପୂର୍ଣ୍ଣ କଲ୍ ପାଇବା ପରେ ଏହି ମାମଲା ଆରମ୍ଭ ହୋଇଥିଲା । ଅଭିଯୋଗ ହୋଇଛି ଯେ, ଆବିଦ୍ ଜଟ୍ ନାମକ ଜଣେ ବ୍ୟକ୍ତି ପାକିସ୍ତାନରୁ ଫୋନ୍ କରି ମନ୍ତ୍ରୀଙ୍କୁ ହତ୍ୟା ଏବଂ ତାଙ୍କ ପୁଅକୁ ଅପହରଣ କରିବାକୁ ଧମକ ଦେଇଥିଲା । ମନ୍ତ୍ରୀ ଏବଂ ତାଙ୍କ ପରିବାର ବିଷୟରେ ତା’ ନିକଟରେ ସମ୍ପୂର୍ଣ୍ଣ ସୂଚନା ଥିବା ମଧ୍ୟ ଦାବି କରାଯାଇଥିଲା । ପରେ ଏହି ମାମଲାକୁ ତଦନ୍ତ ପାଇଁ ଏସ୍. ଟି. ଏଫ୍. କୁ ହସ୍ତାନ୍ତର କରାଯାଇଥିଲା ।

ତଦନ୍ତ ସମୟରେ ଏସ୍.ଟି.ଏଫ୍. ପୂର୍ବରୁ ହମିମ୍ ମଣ୍ଡଳକୁ ବର୍ଦ୍ଧମାନରୁ ଗିରଫ କରିଥିଲା । ପରବର୍ତୀ ସମୟରେ, ତା’ର ମହିଳା ବନ୍ଧୁ ଅର୍ପିତା ସରକାରଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଥିଲା । ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ଉଭୟଙ୍କର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇ.ଏସ୍.ଆଇ. ସହିତ ସମ୍ପର୍କ ଥିଲା ଏବଂ ସେମାନେ ପଶ୍ଚିମବଙ୍ଗରେ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର କରିବାକୁ ଯୋଜନା କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande