
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)- କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଭୁବନେଶ୍ୱରରେ
ଆୟୋଜିତ ସାଇକେଲରେ ରବିବାର କାର୍ଯ୍ୟକ୍ରମରେ ଯୁବ ବନ୍ଧୁମାନଙ୍କ ସହ ସାମିଲ ହୋଇଛନ୍ତି ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ । ଭୀଷଣ ବର୍ଷା ସତ୍ତ୍ୱେ ସାଇକେଲ ଚାଳକମାନଙ୍କ ଉତ୍ସାହ ଅତ୍ୟନ୍ତ
ସନ୍ତୋଷଜନକ ଥିଲା । ଏକ ନିରୋଗ,
ସୁସ୍ଥ ଏବଂ
ପ୍ରଦୂଷଣମୁକ୍ତ ଜୀବନଶୈଳୀ ପାଇଁ ସାଇକେଲ ଚାଳନା ଅଭ୍ୟାସକୁ ନିଜ ଦୈନ୍ୟଦିନ କାର୍ଯ୍ୟକଳାପରେ
ଯଥାସମ୍ଭବ ସାମିଲ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା