
ନୂଆଦିଲ୍ଲୀ, ୩୧ ଅଗଷ୍ଟ (ହି.ସ.) - ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ୧୭ ସେପ୍େଟମ୍ବରରୁ ଦେଶବ୍ୟାପୀ ସମ୍ବିଧାନ ଏବଂ ଶରିୟତ ସୁରକ୍ଷା ଅଭିଯାନ ଚଳାଇବାକୁ ଘୋଷଣା କରିଛି।
ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ପ୍ରବକ୍ତା ଡ. କାସିମ ରସୁଲ ଇଲିୟାସ କହିଛନ୍ତି ଯେ ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ଧାର୍ମିକ ସ୍ୱାଧୀନତା, ଜୀବନ ଏବଂ ସମ୍ପତିର ସୁରକ୍ଷା, ମର୍ଯ୍ୟାଦା ଏବଂ ସମ୍ମାନ ତଥା ଆଇନର ସମାନ ପ୍ରୟୋଗର ଗ୍ୟାରେଂଟି ଦେଇଥାଏ। ତେବେ, ଗତ ଅନେକ ବର୍ଷ ଧରି ଦେଶରେ ଲଗାତାର ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଦୁର୍ବଳ ଏବଂ ହାଶିଆରେ ଥିବା ବର୍ଗ, ବିଶେଷକରି ମୁସଲମାନମାନଙ୍କୁ ଧାର୍ମିକ, ସାମାଜିକ, ରାଜନୈତିକ ଏବଂ ଆର୍ôଥକ ସ୍ତରରେ ଗୁରୁତର ଚାପ, ଅସୁରକ୍ଷା ଏବଂ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି।
ସେ କହିଛନ୍ତି ଯେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ସମ୍ବିଧାନରେ ବିଶ୍ୱାସ ରଖୁଥିବା ନ୍ୟାୟପ୍ରିୟ, ଗଣତାନ୍ତ୍ରିକ ଏବଂ ଶାନ୍ତିପ୍ରିୟ ସମାଜର ସମସ୍ତ ବର୍ଗ ତଥା ଧାର୍ମିକ ଏବଂ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଅଧିବକ୍ତା, ମାନବାଧିକାର କର୍ମୀ ଏବଂ ନାଗରିକ ସମାଜର ପ୍ରତିନିଧିମାନଙ୍କ ସହଯୋଗରେ “ସମ୍ବିଧାନ ଏବଂ ଶରିୟତ ସୁରକ୍ଷା ଆନ୍ଦୋଳନ” ବ୍ୟାନର ତଳେ ଏକ ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରୁଛି।
ସେ କହିଛନ୍ତି ଯେ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସାମ୍ବିଧାନିକ ସର୍ବୋଚ୍ଚତା, ଆଇନର ଶାସନ, ନ୍ୟାୟ ଏବଂ ସମାନତା, ଧାର୍ମିକ ସ୍ୱାଧୀନତା, ସାମାଜିକ ସଦ୍ଭାବ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବା। ଅଭିଯାନ ଅଧୀନରେ ଏକ ଶ୍ୱେତପତ୍ର ପ୍ରସ୍ତୁତ କରା ଯିବ ଏବଂ ଦିଲ୍ଲୀରେ ବଡ଼ ରାଲି ମଧ୍ୟ କରାଯିବ।
ସାମ୍ବାଦିକ ସମ୍ମିଳନୀରେ ସୟଦ ସାଦତୁଲ୍ଲାହ ହୁସୈନୀ ଉପାଧ୍ୟକ୍ଷ, ମୌଲାନା ମହମ୍ମଦ ଅଲୀ ମୋହସିନ ତକଭୀ ଉପାଧ୍ୟକ୍ଷ, ମୌଲାନା ମହମ୍ମଦ ଫଜଲୁର ରହିମ ମୁଜଦ୍ଦିଦୀ ମହାସଚିବ, ଜମିଅତ ଉଲମା-ଏ-ହିନ୍ଦର ଅଧ୍ୟକ୍ଷ ମୌଲାନା ସୟଦ ମହମୂଦ ଅସଦ ମଦନୀ, ମୌଲାନା ଡ. ୟାସିନ ଅଲୀ ଉସମାନୀ ସଚିବ, ଆରିଫ ମସୂଦ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ମୌଲାନା ମହମ୍ମଦ ଅବୁ ତାଲିବ ରହମାନୀ କାର୍ଯ୍ୟକାରିଣୀ କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ