
ମୋବାଇଲକୁ ନିୟନ୍ତ୍ରଣ କରି ଟଙ୍କା ଉଡ଼ାଇ ଦିଆଯାଇ ପାରେ
ନୂଆଦିଲ୍ଲୀ, ୩୧ ଅଗଷ୍ଟ(ହି.ସ.) – ଅଶ୍ଳୀଳ ବିଷୟବସ୍ତୁ ଆଳରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ପ୍ରସାରିତ କିଛି ବିପଜ୍ଜନକ ଆଣ୍ଡ୍ରଏଡ୍ ଆପ୍ ମୋବାଇଲ୍ ଫୋନ୍ରୁ ନିୟନ୍ତ୍ରଣ କରି ଆର୍ôଥକ ଠକେଇ କରିପାରେ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର(ଆଇ୪ସି)ର ଜାତୀୟ ସାଇବର ଅପରାଧ ବିପଦ ବିଶ୍ଳେଷଣ ୟୁନିଟ୍(ଏନ୍.ସି.ଟି.ଏ.ୟୁ.) ଲୋକମାନଙ୍କୁ ଏଭଳି ଆପ୍ ଏବଂ ବିଜ୍ଞାପନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି।
ଏନ୍.ସି.ଟି.ଏ.ୟୁ. ଅନୁଯାୟୀ, ନାଇଟ୍ ପ୍ଲେ', ରିଲୁପ୍', କିସ୍', ଭିମୋ', ରେଭୋ', ନେକ୍ସୋ' ଏବଂ ଭିକ୍ସ' ଭଳି ଆପ୍ ଏବଂ ଏହିପରି ଅନ୍ୟ ଆପ୍ଗୁଡ଼ିକ ଫେସବୁକ୍ ଏବଂ ଇଷ୍ଟାଗ୍ରାମ ବିଜ୍ଞାପନ ମାଧ୍ୟମରେ ପ୍ରସାରିତ ହେଉଛି। ବିଜ୍ଞାପନ ଉପରେ କ୍ଲିକ୍ କରିବାପରେ, ବ୍ୟବହାରକାରୀଙ୍କୁ ଅଶ୍ଳୀଳ ବିଷୟବସ୍ତୁ ଥିବା ୱେବ୍ସାଇଟ୍ରୁ ପଠାଯାଏ, ଯେଉଁଠାରେ ସେମାନଙ୍କୁ ଆପର ଏପିକେ ଫାଇଲ ଡାଉନଲୋଡ୍ କରିବାକୁ କୁହାଯାଇଥାଏ।
ପରାମର୍ଶ ଅନୁଯାୟୀ, ଥରେ ଆପ୍ ଇନଷ୍ଟଲ ହୋଇଗଲେ, ଏହା ଅତିରିକ୍ତ ଆପ୍ ଇନଷ୍ଟଲ କରିବା ପାଇଁ ଅନୁମତି ମାଗି ପାରିବ। ଏହାବ୍ୟତୀତ, ଅଭିଗମ୍ୟତା ଅନୁମତିର ଅପବ୍ୟବହାର କରି, ଏହା ବ୍ୟବହାରକାରୀଙ୍କ ମୋବାଇଲ୍ ଫୋନ୍ ଉପରେ ନିୟନ୍ତ୍ରଣ ହାସଲ କରିପାରିବ ଏବଂ ପୃଷ୍ଠଭୂମିରେ ଚାଲିବା ଜାରି ରଖିପାରିବ। କେତେକ ଆପ୍ ଫୋନ୍ରେ ଭି.ପି.ଏନ୍. ମଧ୍ୟ ସ୍ଥାପନ କରିପାରେ, ଯାହା ଇଂଟରନେଟ୍ ଟ୍ରାଫିକକୁ ଆକ୍ରମଣକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ସର୍ଭର ଦେଇଯିବାକୁ ଅନୁମତି ଦେଇଥାଏ ଏବଂ ବ୍ୟବହାରକାରୀଙ୍କ ତଥ୍ୟକୁ ବିପଦରେ ପକାଇଥାଏ।
କେବଳ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଅନ୍ୟ ବିଶ୍ୱସ୍ତ ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରିବାକୁ ଏବଂ ବିଜ୍ଞାପନ, ୱେବସାଇଟ୍ କିମ୍ବା ସନ୍ଦେହଜନକ ଲିଙ୍କରୁ ଏପିକେ ଫାଇଲ୍ ଡାଉନଲୋଡ୍ ନକରିବାକୁ ଏନ୍ସିଟିଏୟୁ ଲୋକଙ୍କୁ ପରାମର୍ଶ ଦେଇଛି। ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଅଜଣା ଆପ୍ଗୁଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତୁ ନାହିଁ, ଫୋନ୍ରେ ଅଜଣା ଆପ୍ଗୁଡ଼ିକୁ ସମୀକ୍ଷା କରନ୍ତୁ ଏବଂ ଅପସାରଣ କରନ୍ତୁ, ଗୁଗୁଲ୍ ପ୍ଲେ ପ୍ରୋଟେକ୍ଟକୁ ସକ୍ରିୟ ରଖନ୍ତୁ ଏବଂ ଆଣ୍ଡ୍ରଏଡ୍ ଡିଭାଇସ୍ ଅପଡେଟ୍ ରଖନ୍ତୁ। ଏଥିସହ ବ୍ୟାଙ୍କ ଆକାଉଂଟ ଏବଂ ୟୁପିଆଇ ନେଣଦେଣର ନିୟମିତ ଯାଂଚ କରିବାକୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି