
ନୂଆଦିଲ୍ଲୀ, ଅଗଷ୍ଟ ୩୧ (ହି.ସ.) - ଆମେରିକାଠାରୁ ଏଫ୍. ଜି. ଏମ୍.-୧୪୮ ଜାଭେଲିନ୍ ନାମକ ଏକ ଆଂଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ବ୍ୟବସ୍ଥା କିଣିବା ଲାଗି ଭାରତ ଏକ ରାଜିନାମା ସ୍ୱାକ୍ଷର କରିଛି। ଜାଭେଲିନ୍ ପ୍ରଣାଳୀ ପାଇଁ ଭାରତ ଲେଟର୍ ଅଫ୍ ଅଫର୍ ଏବଂ ସ୍ୱୀକୃତି ପତ୍ରରେ ମଧ୍ୟ ସ୍ୱାକ୍ଷର କରିଛି। ବର୍ତମାନ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ଏବଂ ଜାଭେଲିନ୍ ଯୁଗ୍ମ ଉଦ୍ୟୋଗ (ଜେଜେଭି) ଭାରତରେ ଏହି ସିଷ୍ଟମ ଉତ୍ପାଦନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆଂଚଳିକ ସ୍ଥିରତା ସୁଦୃଢ଼ କରିବ।
ଆମେରିକା ଦୂତାବାସର ମୁଖପାତ୍ର ଡାନା ଜି ଅଗଷ୍ଟ ୨୮ ରେ ନିଶ୍ଚିତ କରିଥିଲେ ଯେ ଭାରତ ଜାଭେଲିନ୍ ସିଷ୍ଟମ ପାଇଁ ପ୍ରସ୍ତାବ ଏବଂ ସ୍ୱୀକୃତି ପତ୍ରରେ ସ୍ୱାକ୍ଷର କରିଛି। ଏହି ରାଜିନାମା ସ୍ୱାକ୍ଷରିତ ହେବା ସହିତ, ଭାରତ ଜାଭେଲିନ୍ ସିଷ୍ଟମ ପାଇଁ ଏକ ଗ୍ରାହକ ହୋଇପାରିଛି, ଯାହା ଏକ ଉନ୍ନତ, ମଧ୍ୟମ-ରେଞ୍ଜ୍ ଫାୟାର-ଆଣ୍ଡ-ଫର୍ଗେଟ୍ ଆଂଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର। ଏବେ ଜାଭେଲିନ୍ ଯୁଗ୍ମ ଉଦ୍ୟୋଗ ଭାରତରେ ଜାଭେଲିନ୍ ପ୍ରଣାଳୀ ଉତ୍ପାଦନ ପାଇଁ ଟାଟା ଆଡଭାନ୍ସଡ୍ ସିଷ୍ଟମସ୍ ପ୍ରମୁଖ ଅଂଶୀଦାର ଭାବେ ଚୟନ କରିଛି। ଏହି ଚୁକ୍ତିନାମା ଅନୁଯାୟୀ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ଏବଂ ଜେଜେଭି ଭାରତରେ ଜାଭେଲିନ୍ ସିଷ୍ଟମ ପାଇଁ ଏକ ଚୂଡ଼ାନ୍ତ ଆସେମ୍ବ୍ଲି ଏବଂ ଏକୀକରଣ ସୁବିଧା ନିର୍ମାଣ ପାଇଁ ଅନୁସନ୍ଧାନ କରିବେ।
ଏଫ୍. ଜି. ଏମ୍.-୧୪୮ ଜାଭେଲିନ୍ ଆଂଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତ ଏବଂ ଆମେରିକା ଭାଗିଦାରୀ ପାଇଁ ଲାଭଦାୟକ ହେବ। ଏହା ଭାରତରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା କାର୍ଯ୍ୟବଳ ସୃଷ୍ଟି କରିବ। ଏଥି ସହିତ, ଆମେରିକୀୟ ଚାକିରି ଅନେକ ବର୍ଷର ଉତ୍ପାଦନ ମାଧ୍ୟମରେ ଘରୋଇ ଯୋଗାଣ ଶୃଙ୍ଖଳାରେ ରହିବ ଜ୍ଝ ଦେଶରେ ସହ-ଉତ୍ପାଦନ ଆରମ୍ଭ ହେବା ଦ୍ୱାରା ଭାରତର ପ୍ରତିରକ୍ଷା ଶିଳ୍ପ ଆଧାର ସୁଦୃଢ଼ ହେବ। ଏହା ଜାଭେଲିନକୁ ଚୂଡ଼ାନ୍ତ ଭାବେ ଏକତ୍ର କରିବା ଏବଂ ଏକ ଭାରତୀୟ ସୁବିଧା ଏବଂ ଯୋଗାଣକାରୀ ସହିତ ଏକୀକରଣ କରିବାରେ ସକ୍ଷମ ହେବ, ଉଚ୍ଚ-ବୈଷୟିକ ନିଯୁକ୍ତି ସୃଷ୍ଟି କରିବ, ସ୍ଥାନୀୟ ଉତ୍ପାଦନ ବିଶେଷଜ୍ଞତା ବୃଦ୍ଧି କରିବ ଏବଂ ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ହେତୁ ବିଶ୍ୱ ଯୋଗାଣ ଶୃଙ୍ଖଳାର ଶକ୍ତିକୁ ସମର୍ଥନ କରିବ। ବିଶ୍ୱସନୀୟ ଜାଭେଲିନ୍ ଅସ୍ତ୍ର ପ୍ରଣାଳୀର ଯୋଗାଣ ଏହି କ୍ଷେତ୍ରର ଅଂଶୀଦାର ଦେଶମାନଙ୍କୁ ସାହାଯ୍ୟ କରିବ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ