
କୋଲକାତା, ୩୧ ଅଗଷ୍ଟ (ହି.ସ.)- ଭାରତ ଏବଂ ରୁଷ ମଧ୍ୟରେ ଦଶନ୍ଧି ଧରି ଚାଲିଆସୁଥିବା ବିଶ୍ୱାସ ଏବଂ ରଣନୈତିକ ସହଯୋଗକୁ ନୂଆ ପ୍ରଯୁକ୍ତି, ନବସୃଜନ, ବାଣିଜ୍ୟ, ଉତ୍ପାଦନ, ଶକ୍ତି, ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗର ନୂଆ ସୁଯୋଗ ସହିତ ଯୋଡ଼ିବାର ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଶିକ୍ଷା ଏବଂ ଉତର-ପୂର୍ବ ଅଂଚଳ ବିକାଶ ରାଜ୍ୟମନ୍ତ୍ରୀ ସୁକାନ୍ତ ମଜୁମଦାର ସୋମବାର କୋଲକାତାରେ ଆୟୋଜିତ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ମିଳନୀ-୨୦୨୬ ସମ୍ପର୍କ'କୁ ସମ୍ବୋଧିତ କରି ଏହି କଥା କହିଛନ୍ତି।
ସୁକାନ୍ତ ମଜୁମଦାର ଭାରତ-ରୁଷ ସମ୍ପର୍କକୁ ‘ସମୟର କଷଟିରେ ପରଖିଥିବା ସହଭାଗିତା’ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ବଦଳୁଥିବା ବିଶ୍ୱ ରାଜନୈତିକ ଏବଂ ଆର୍ôଥକ ପରିବେଶରେ ଉଭୟ ଦେଶର ସମ୍ପର୍କକୁ ମଧ୍ୟ ସମୟ ସହିତ ବିକଶିତ କରିବା ଆବଶ୍ୟକ। ସେ କହିଛନ୍ତି ଯେ ଦଶନ୍ଧି ଧରି ଗଢ଼ିଉଠିଥିବା ପାରସ୍ପରିକ ବିଶ୍ୱାସ ଏହି ସହଭାଗିତାର ସବୁଠାରୁ ବଡ଼ ଶକ୍ତି, କିନ୍ତୁ ଏବେ ଏହାକୁ ୨୧ତମ ଶତାବ୍ଦୀର ଆହ୍ୱାନ ଏବଂ ସୁଯୋଗ ଅନୁରୂପ ନୂଆ କ୍ଷେତ୍ରକୁ ନେବାକୁ ହେବ।
ସେ କହିଛନ୍ତି ଯେ ଭାରତର ଶିଳ୍ପାୟନର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଜ୍ଞାନ, ପ୍ରଯୁକ୍ତି, ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ରୁଷ ଏବଂ ତତ୍କାଳୀନ ସୋଭିଏତ ସଂଘ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଆସିଛନ୍ତି। ଏହି ଐତିହାସିକ ଆଧାର ଉଭୟ ଦେଶକୁ ସମ୍ପର୍କର ପରବର୍ତୀ ପର୍ଯ୍ୟାୟକୁ ଆହୁରି ମହତ୍ୱାକାଂକ୍ଷୀ କରିବାର ଏକ ଦୃଢ଼ ସୁଯୋଗ ଦେଉଛି।
ମଜୁମଦାର ଉତ୍ପାଦନ, ରେଳବାଇ, ବିମାନ ଚଳାଚଳ, ଖଣି, ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନକୁ ଭାରତ-ରୁଷ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ରଣନୈତିକ ସହଭାଗିତା ସହିତ ଆର୍ôଥକ ସମ୍ପର୍କକୁ ମଧ୍ୟ ମଜବୁତ କରିବାକୁ ହେବ ଏବଂ ଏଥିରେ ଶିଳ୍ପ ତଥା ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବଢ଼ାଇବାକୁ ହେବ।
ଶକ୍ତି ସହଯୋଗକୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ଦର୍ଶାଇ ସେ ପରମାଣୁ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ସହଯୋଗର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ବର୍ତମାନର ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବା ସହିତ ଉନ୍ନତ ପରମାଣୁ ପ୍ରଯୁକ୍ତି ଏବଂ ଛୋଟ ମଡ୍ୟୁଲାର ପରମାଣୁ ରିଆକ୍ଟର ଭଳି ନୂଆ କ୍ଷେତ୍ରରେ ମଧ୍ୟ ସମ୍ଭାବନା ଖୋଜିବା ଉଚିତ।
----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ