
ସୁରତ, ୩୧ ଅଗଷ୍ଟ (ହି.ସ.)- ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା ଶଙ୍ଖନାଦକୁ ଦେଶ-ବିଦେଶରେ ଜନଜନଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ସୁରତର ୟୁନିଭର୍ସାଲ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରକାଶ କୁମାର ୱେକରିଆ ଦୁବାଇ ୱାର୍ଲ୍ଡ ରେକର୍ଡ ପରେ ବର୍ଷ ୨୦୨୬ରେ ଅଭିଯାନକୁ ଦେଶ-ବିଦେଶର ମନ୍ଦିର, ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂସ୍ଥାଗୁଡ଼ିକ ପର୍ଯ୍ୟନ୍ତ ବିସ୍ତାର କରିବାର ଲକ୍ଷ୍ୟ ରଖାଯାଇଛି।
ୱେକରିଆ ଲୋକମାନଙ୍କୁ ଭାରତୀୟ ସାଂସ୍କୃତିକ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ନିୟମିତ ଶଙ୍ଖନାଦ କରିବାକୁ ଆହ୍ୱାନ କରିଛନ୍ତି। ସେ ବର୍ଷ ୨୦୧୯ରୁ ‘ବିଶ୍ୱ ଶଙ୍ଖନାଦ ଅଭିଯାନ-ହର ଘର ଶଙ୍ଖ, ଘର-ଘର ଶଙ୍ଖନାଦ’ ଚଳାଇଆସୁଛନ୍ତି। ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଶଙ୍ଖନାଦ ସହ ଯୋଡ଼ାଯାଇସାରିଛି।
ଏହି ଅଭିଯାନ ଅଧୀନରେ ବର୍ଷ ୨୦୨୨-୨୩ରେ ଦୁବାଇରେ ଶଙ୍ଖନାଦର ବିଶ୍ୱ ରେକର୍ଡ ସୃଷ୍ଟି କରାଯାଇଥିଲା। ସେହିପରି ବର୍ଷ ୨୦୨୨ରେ ବନାସକାଣ୍ଠାର ନଡାବେଟସ୍ଥିତ ଭାରତ-ପାକିସ୍ତାନ ସୀମାରେ ‘ଏକ ସାଦ ଶଙ୍ଖନାଦ’ର ବାର୍ତା ସହ ମହାଶଙ୍ଖନାଦ କରି ରାଷ୍ଟ୍ରଧ୍ୱଜକୁ ସଲାମୀ ଦିଆଯାଇଥିଲା। କାଗୱଡରେ ଧାର୍ମିକ ଆୟୋଜନ ସମୟରେ ୨୦ ମିନିଟରେ ୪୪ ଥର ଶଙ୍ଖନାଦ କରାଯାଇଥିଲା। କୁବେର ଭଣ୍ଡାରୀରେ ଏକ ଆରତୀ ସମୟରେ ଲଗାତାର ୫୫ ଥର ଶଙ୍ଖନାଦର ପ୍ରଦର୍ଶନ ପାଇଁ ସଂସ୍ଥାକୁ ସମ୍ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ବର୍ଷ ୨୦୨୩ରେ ଗୁଜରାଟର ରାଜ୍ୟପାଳଙ୍କ ସମ୍ମାନ ସମାରୋହରେ ମଧ୍ୟ ଶଙ୍ଖନାଦର ପ୍ରଦର୍ଶନ କରାଯାଇଥିଲା।
ଫାଉଣ୍ଡେସନ ପକ୍ଷରୁ ପିଲା ଏବଂ ଯୁବମାନଙ୍କୁ ଶଙ୍ଖର ପରିଚୟ ତଥା ଶଙ୍ଖନାଦର ନିଃଶୁଳ୍କ ପ୍ରଶିକ୍ଷଣ ଦେବାର ମଧ୍ୟ ପ୍ରୟାସ କରାଯାଉଛି। ସଂସ୍ଥାର ଉଦ୍ଦେଶ୍ୟ ଶଙ୍ଖନାଦକୁ କେବଳ ଧାର୍ମିକ ଅନୁଷ୍ଠାନ ପର୍ଯ୍ୟନ୍ତ ସୀମିତ ନରଖି ସକାଳ-ସନ୍ଧ୍ୟାର ଦୈନନ୍ଦିନ ଜୀବନଚର୍ଯ୍ୟା, ଆରତୀ, ଯଜ୍ଞ ଏବଂ ସାମାଜିକ ଆୟୋଜନ ସହ ଯୋଡ଼ିବା।
ପ୍ରକାଶକୁମାର ୱେକରିଆଙ୍କୁ ସାମାଜିକ ସେବା ଏବଂ ଜୀବନ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବର୍ଷ ୨୦୨୦ରେ ରାଷ୍ଟ୍ରପତିଙ୍କ ଦ୍ୱାରା ‘ଜୀବନ ରକ୍ଷା ପଦକ’ରେ ସମ୍ମାନିତ କରାଯାଇସାରିଛି। ସେ ସିଭିଲ ଡିଫେନ୍ସରେ ମାନଦ ସୈନିକ ଭାବେ ମଧ୍ୟ ସେବା ପ୍ରଦାନ କରୁଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ