ବିଦେଶୀ ଗ୍ରାହକଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରିବା ସମୟରେ ଭାରତର ମହକ ଏବଂ ସୁଗନ୍ଧ ଛାଡ଼ିବା ଉଚିତ ନୁହେଁ : ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, ୩୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ବସ୍ତ୍ର ଏବଂ ପୋଷାକ କ୍ଷେତ୍ର କେବଳ ଆମର ସାଂସ୍କୃତିକ ଐତିହ୍ୟର ଅଂଶ ନୁହେଁ ବରଂ ଏହା କୋଟି କୋଟି ଦେଶବାସୀଙ୍କ ଜୀବିକାର ମଧ୍ୟ ଆଧାର ଅଟେ। ଯେତେବେଳେ ଆପଣ ବିଦେଶୀ ଗ୍ରାହକଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରନ୍ତି, ସେତେବ
ବିଦେଶୀ ଗ୍ରାହକଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରିବା ସମୟରେ ଭାରତର ମହକ ଏବଂ ସୁଗନ୍ଧ ଛାଡ଼ିବା ଉଚିତ ନୁହେଁ : ଦ୍ରୌପଦୀ ମୁର୍ମୁ


ନୂଆଦିଲ୍ଲୀ, ୩୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ବସ୍ତ୍ର ଏବଂ ପୋଷାକ କ୍ଷେତ୍ର କେବଳ ଆମର ସାଂସ୍କୃତିକ ଐତିହ୍ୟର ଅଂଶ ନୁହେଁ ବରଂ ଏହା କୋଟି କୋଟି ଦେଶବାସୀଙ୍କ ଜୀବିକାର ମଧ୍ୟ ଆଧାର ଅଟେ। ଯେତେବେଳେ ଆପଣ ବିଦେଶୀ ଗ୍ରାହକଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରନ୍ତି, ସେତେବେଳେ ମଧ୍ୟ ସେଥିରେ ଭାରତର ମହକ ଏବଂ ସୁଗନ୍ଧ ଛାଡ଼ିବା ଉଚିତ ନୁହେଁ।

ରାଷ୍ଟ୍ରପତି ମୁର୍ମୁ ସୋମବାର ଦିଲ୍ଲୀସ୍ଥିତ ଜାତୀୟ ଫ୍ୟାଶନ ପ୍ରଯୁକ୍ତି ପ୍ରତିଷ୍ଠାନ (ନିଫ୍ଟ)ର ମିଳିତ ଦୀକ୍ଷାନ୍ତ ସମାରୋହ ୨୦୨୬କୁ ସମ୍ବୋଧିତ କରୁଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରି କହିଥିଲେ, ଆପଣଙ୍କ ଚିନ୍ତାଧାରା ବିଶ୍ୱସ୍ତରୀୟ ହେବା ଉଚିତ, କିନ୍ତୁ ଆପଣଙ୍କ ମୂଳ ନିଜ ମାଟିର ବିଶିଷ୍ଟତା ଏବଂ ଜୀବନ ମୂଲ୍ୟବୋଧ ସହିତ ଯୋଡ଼ି ରହିବା ଉଚିତ। ଯେତେବେଳେ ଆପଣ ବିଦେଶୀ ଗ୍ରାହକଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରନ୍ତି, ସେତେବେଳେ ମଧ୍ୟ ସେଥିରେ ଭାରତର ମହକ ଏବଂ ସୁଗନ୍ଧ ଛାଡ଼ିବା ଉଚିତ ନୁହେଁ। ଆପଣଙ୍କୁ ଏପରି ଏକ ସମାଜ ଗଠନରେ ସହଯୋଗ କରିବାକୁ ହେବ, ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କୁ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବାର ଉପଯୁକ୍ତ ସୁଯୋଗ ମିଳିପାରିବ। ଆପଣଙ୍କ ପ୍ରୟାସ ଦ୍ୱାରା ଶିଳ୍ପୀଙ୍କୁ ନିଜ ଶିଳ୍ପର ମୂଳ ପରିଚୟକୁ ବଜାୟ ରଖି ନିଜର ଉତ୍ପାଦକତା ଏବଂ ଆୟ ବଢ଼ାଇବାରେ ସହାୟତା ମିଳୁ। ଏଥିରେ ହିଁ ଆପଣଙ୍କ ସଫଳତା ରହିଛି।

ରାଷ୍ଟ୍ରପତି ମହିଳା ସଶକ୍ତୀକରଣର ବଢ଼ୁଥିବା ପ୍ରଭାବକୁ ରେଖାଙ୍କିତ କରି କହିଥିଲେ ଯେ ୨୦ ବର୍ଷ ପୂର୍ବେ ଏହି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ କେବଳ ୨୦ ପ୍ରତିଶତ ଥିଲା ଯେତେବେଳେ ଆଜି ଉପସ୍ଥିତ ପ୍ରାୟ ୪ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ମହିଳା ଅଛନ୍ତି। ଏହି ପରିବର୍ତନ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ସେ ପରିବେଶ ସୁରକ୍ଷା ଏବଂ ସର୍କୁଲାର ଇକୋନୋମି' ଉପରେ ଗୁରୁତ୍ୱ ଦେଇ ପଶ୍ଚିମବଙ୍ଗର କାନ୍ଥା କଢ଼ାଇ ଏବଂ ବିହାରର ସୁଜନୀ କଳାର ବିଶେଷ ଉଲ୍ଲେଖ କରିଥିଲେ।

ସେ ଏହି ପାରମ୍ପରିକ ଶିଳ୍ପଗୁଡ଼ିକୁ ରିସାଇକ୍ଲିଂର ଉତ୍କୃଷ୍ଟ ଉଦାହରଣ ବୋଲି କହି ଥିଲେ ଯେ ଯେଉଁ ସାମଗ୍ରୀ ବଂଚିଯାଏ, ତାହାକୁ ଅଦରକାରୀ ଭାବି ଫିଙ୍ଗି ଦେବା ପରିବର୍ତେ ନୂଆ ରୂପ, ନୂଆ ଉପଯୋଗିତା ଏବଂ ମୂଲ୍ୟ ଦେବା ହିଁ ଭାରତୀୟ ପରମ୍ପରାର ମୂଳ ଆଧାର। ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ କଂଚାମାଲ ବ୍ୟବହାର କରି ପରିବେଶ ଅନୁକୂଳ ଉତ୍ପାଦ ଏବଂ ବିଶ୍ୱସ୍ତରୀୟ ବ୍ରାଣ୍ଡ ପ୍ରସ୍ତୁତ କରିବାକୁ ଆହ୍ୱାନ କରାଯାଇଥିଲା।

ବର୍ଷ ୨୦୪୭ ସୁଦ୍ଧା ବିକଶିତ ଭାରତ'ର ଲକ୍ଷ୍ୟ ହାସଲ ପାଇଁ ଯୁବମାନଙ୍କ ଭୂମିକାକୁ ନିର୍ଣ୍ଣାୟକ ବୋଲି ଦର୍ଶାଇ ସେ ଆହ୍ୱାନ କରିଥିଲେ ଯେ ଯୁବମାନେ କେବଳ ଚାକିରି ଖୋଜୁଥିବା ଲୋକ ନ ହୁଅନ୍ତୁ ବରଂ ଅନ୍ୟମାନଙ୍କୁ ରୋଜଗାର ଦେଉଥିବା ଲୋକ ହୁଅନ୍ତୁ। ଏହା ସହିତ, କ୍ରାଫ୍ଟ କ୍ଲଷ୍ଟର ଇନିଶିଏଟିଭ' ଭଳି ପ୍ରୟାସ ମାଧ୍ୟମରେ ପାରମ୍ପରିକ ବୁଣାକାର ଏବଂ ଶିଳ୍ପୀମାନଙ୍କ ମୂଳ ପରିଚୟକୁ ବଜାୟ ରଖି ସେମାନଙ୍କ ଆୟ ଏବଂ ଉତ୍ପାଦକତା ବଢ଼ାଇବାରେ ଯୋଗଦାନ ଦିଅନ୍ତୁ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande