
ନୂଆପଡ଼ା, 04 ଅଗଷ୍ଟ (ହି.ସ.) ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ସୁନାବେଡ଼ା–ଜାମଗାଁ ରାସ୍ତାରେ ଏକ ବାଘ ଦେଖାଯାଇଥିବା ସୂଚନା ମିଳିଛି। ବାଘଟି ରାସ୍ତା ଅତିକ୍ରମ କରୁଥିବା ଦୃଶ୍ୟକୁ କେତେକ ଯାତ୍ରୀ ନିଜ ମୋବାଇଲରେ କଏଦ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ କୌତୁହଳର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା, ଏକାକୀ ଜଙ୍ଗଲ ରାସ୍ତାରେ ଯାତାୟାତ ନ କରିବା ଏବଂ ବାଘ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ ପରାମର୍ଶ ଦିଆଯାଇଛି। ବନ ବିଭାଗ ଘଟଣା ଉପରେ ନଜର ରଖି ବାଘର ଗତିବିଧି ଉପରେ ତଦାରଖ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ