ଡେପୁଟେସନ ବିରୋଧରେ ବଡ଼କର୍ଲାକୋଟ ପିଏମଶ୍ରୀ ବିଦ୍ୟାଳୟରେ ତାଲା
ମୁଖୀଗୁଡା, ୪ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ଡେପୁଟେସନକୁ ବିରୋଧ କରି ବିଦ୍ୟାଳୟକୁ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଏସଏମସି ସଦସ୍ୟ ଧାରଣାରେ ବସିଛନ୍ତି। ଅଭିଯୋଗ ଅ
Strike in school


ମୁଖୀଗୁଡା, ୪ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ଡେପୁଟେସନକୁ ବିରୋଧ କରି ବିଦ୍ୟାଳୟକୁ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଏସଏମସି ସଦସ୍ୟ ଧାରଣାରେ ବସିଛନ୍ତି।

ଅଭିଯୋଗ ଅନୁସାରେ, ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟସ କୃଷ୍ଣଚନ୍ଦ୍ର କୁମାରଙ୍କୁ ଡେପୁଟେସନରେ ପଠାଇଛନ୍ତି।ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ପଠାଯାଇଥିବା ବେଳେ ଉଭୟଙ୍କ ମଧ୍ୟରୁ ଜଣେ ଶିକ୍ଷକ ବିଦ୍ୟାଳୟ ଫେରିଛନ୍ତି |ପିଲାଙ୍କ ପାଠପଢ଼ା ବ୍ୟାହତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ତୁରନ୍ତ ଡେପୁଟେସନ୍ ବାତିଲ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଶିକ୍ଷା ବିଭାଗ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande