
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)- ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତ ସାମ୍ବାଦିକଙ୍କୁ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ସେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତ
ସାମ୍ବାଦିକ ଭାଇ ଓ ଭଉଣୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଭାବେ
ସତ୍ୟ, ନିରପେକ୍ଷତା ଓ
ଜନସ୍ୱାର୍ଥର ସୁରକ୍ଷାରେ ଆପଣଙ୍କ ଅବଦାନ ପ୍ରଶଂସନୀୟ। ସମାଜକୁ ସଚେତନ, ସଶକ୍ତ ଓ ଦାୟିତ୍ୱବାନ
କରିବାରେ ଓଡ଼ିଆ ସାମ୍ବାଦିକତାର ଏହି ନିଷ୍ଠାପର ପ୍ରୟାସ ନିରନ୍ତର ଜାରି ରହୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା