
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)- ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦୁଇ
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ‘ଉତ୍କଳ ଦୀପିକା’ରୁ ଆରମ୍ଭ ହୋଇଥିବା ଓଡ଼ିଆ ସାମ୍ବାଦିକତାର ଗୌରବମୟ
ଯାତ୍ରା ଜନଜାଗରଣ, ସାମାଜିକ ପରିବର୍ତ୍ତନ ଓ ଓଡ଼ିଆ ଅସ୍ମିତାକୁ ସୁଦୃଢ଼
କରିଆସିଛି । ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ଓଡ଼ିଆ
ସାମ୍ବାଦିକତା ଦିବସ' ଅବସରରେ ସମସ୍ତ
ଓଡ଼ିଶାବାସୀ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ସେ କହିଛନ୍ତି ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟ ଓ
ନିରପେକ୍ଷତାର ସହ ସମାଜକୁ ଦିଗଦର୍ଶନ ଦେଉଥିବା ସମସ୍ତ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ତ୍ୟାଗ
ଓ ସାଧନା ପ୍ରଶଂସନୀୟ। ସୁସ୍ଥ ସମାଜ ଗଠନରେ ଆପଣଙ୍କ ଭୂମିକା ଚିର ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା