ଭୁବନ ପୋଲିସ ଓ ଅବକାରୀ ବିଭାଗର ଚଢ଼ଉ : ୫୪ ଲିଟର ମଦ ଜବତ, ୪ ଗିରଫ
ଭୁବନ, ୧୨ ସେପ୍ଟେମ୍ବର (ହି.ସ.)- ଆସନ୍ତା ୧୪ ତାରିଖ ସୋମବାର ଠାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେଉଛି । ପୂଜାକୁ ବେଆଇନ ତଥା ନକଲି ମଦ ମୁକ୍ତ କରିବା ଲକ୍ଷ୍ୟରେ ଭୁବନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ କରାଯାଇ ବିଭିନ୍ନ ସ୍ଥାନରୁ ୩୯ ଲିଟର ବିଦେଶୀ ମଦ ଓ
ପୋଲିସ ଷ୍ଟେସନ


ଅବକାରୀ ବିଭାଗ


ଭୁବନ, ୧୨ ସେପ୍ଟେମ୍ବର (ହି.ସ.)- ଆସନ୍ତା ୧୪ ତାରିଖ ସୋମବାର ଠାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେଉଛି । ପୂଜାକୁ ବେଆଇନ ତଥା ନକଲି ମଦ ମୁକ୍ତ କରିବା ଲକ୍ଷ୍ୟରେ ଭୁବନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ କରାଯାଇ ବିଭିନ୍ନ ସ୍ଥାନରୁ ୩୯ ଲିଟର ବିଦେଶୀ ମଦ ଓ ୧୫ ଲିଟର ଦେଶୀ ମଦ (ସମୁଦାୟ ୫୪ ଲିଟର ) ଜବତ କରାଯାଇ ମଦ ବିକ୍ରିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ରଙ୍କ ତତ୍ୱାବଧାନରେ କନଷ୍ଟେବଳ ଆଲୋକ ଜେନା, ସୁଜିତ୍ ନାୟକ, ଶ୍ରଦ୍ଧାଞ୍ଜଳି ସାମଲ ଭୁବନ ଥାନା ଅନ୍ତର୍ଗତ ଅନଳ ଗ୍ରାମର ଜିତେନ୍ଦ୍ର ପୃଷ୍ଟିଙ୍କ ଠାରୁ ୭ ଲିଟର ବିଦେଶୀ ମଦ ( ବିୟର), ମହୁଲପାଳ ଗ୍ରାମର ମାଟିଆ ବେହେରାଙ୍କ ଠାରୁ ୯.୧୦୦ ଲିଟର ବିଦେଶୀ ମଦ ( ବିୟର ) ଓ କହ୍ନେଇପାଳ ଗ୍ରାମର ଶେଷ ପାତ୍ରଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରି କେଶ୍ ନଂ ୯୩/୨୦୨୬, ୯୪/୨୦୨୬ ଓ ୯୫/୨୦୨୬ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପକ୍ଷରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ତ୍ଵାବଧାନରେ ଏସ ଆଇ ମାନସ ରଞ୍ଜନ ନାୟକ ଓ କନଷ୍ଟେବଳଙ୍କ ସହଯୋଗରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ର ଧରଣୀଧର ବେହେରାଙ୍କ ପୁଅ ରମେଶ ଚନ୍ଦ୍ର ବେହେରାଙ୍କ ନିକଟରୁ ୭୪ ବୋତଲ ( ୨୩.୪୩୫ ଲିଟର ) ବିଦେଶୀ ମଦ ଜବତ କରି କେଶ୍ ନଂ ୪୨୨/୨୦୨୬ ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପୋଲିସ ଓ ଅବକାରୀ ବିଭାଗର ଜୋରଦାର ଚଢ଼ଉକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande