ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ : ପାଙ୍ଗାମ୍, ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ବ୍ରିଜ, ଏମଭି - ୯୬ ପୋଲ ଉପରେ ପାଣି ପ୍ରବାହିତ : ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍
ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର
ଲାଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ ।


ଲାଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ ।


ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାଙ୍ଗାମ୍, ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ବ୍ରିଜ, ଏମଭି - ୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି।ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ପୋଲର ଦୁଇ ପଟେ ପୁଲିସ ଯାତ୍ରୀଙ୍କୁ ପୋଲ ନିକଟକୁ ଛାଡୁ ନଥିବା ଦେଖିବାକୁ ମିଳିଛି।

ସେହିପରି ମାଲକାନଗିରିରୁ ପିତାଗାଟାକୁ ସଂଯୋଗ କରୁଥିବା ରାସ୍ତାର ଏମ.ଭି. ୧୨ ଗ୍ରାମ ନିକଟ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଜିଲ୍ଲାର ପ୍ରମୁଖ ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଲଗାତାର ବଢ଼ୁଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି। ବିଶେଷକରି ପଟେରୁ ଅଞ୍ଚଳରେ ଜମିରେ ପାଣି ଜମି ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande