
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୨ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୧୪୨.୮ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୧୩୫.୨ ମି.ମି., ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୧୩୪.୦ ମି.ମି., ଯାଜପୁର ଜିଲ୍ଲାର ସୁକିନ୍ଦାରେ ୮୭.୦ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୮୫.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୮୪.୦ ମି.ମି., କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୮୧.୦ ମି.ମି., ନୂଆପଡା ଜିଲ୍ଲାର ନୂଆପଡାରେ ୭୯.୦ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୭୮.୪ ମି.ମି., ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡାରେ ୭୭.୦ ମି.ମି., ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ୭୫.୮ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୭୩.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ