ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଓଡିଶାରେ ରେକର୍ଡ ବ୍ରେକ ରକ୍ତଦାନ ଶିବିର ଆୟୋଜିତ କରିବ ରାଜ୍ୟ ଭାରତୀୟ ଜନତା ଯୁବ ମୋର୍ଚ୍ଚା। ଆସନ୍ତା 17 ତାରିଖ ଦିନ ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରକ୍ତ ଦାନ ଶିବିରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ରକ୍ତଦା
ମୋଦିଙ୍କ ଜନ୍ମଦିନ ଅବସରରେ     ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ


ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଓଡିଶାରେ

ରେକର୍ଡ ବ୍ରେକ ରକ୍ତଦାନ ଶିବିର ଆୟୋଜିତ କରିବ ରାଜ୍ୟ ଭାରତୀୟ ଜନତା ଯୁବ ମୋର୍ଚ୍ଚା। ଆସନ୍ତା 17 ତାରିଖ ଦିନ ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ

ଜନତା ଯୁବମୋର୍ଚ୍ଚାର ରକ୍ତ ଦାନ ଶିବିରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ରକ୍ତଦାନକୁ ନେଇ ୱାର୍ଲଡ

ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଯୋଜନା କରିଛି ଯୁବ ମୋର୍ଚ୍ଚା। 17 ତାରିଖ ସକାଳ 7 ଟାରେ ୟୁନିଟ 3

ପ୍ରଦର୍ଶନୀ ପଡିଆରେ ଏକ ବିଶାଳ ରକ୍ତ ଦାନ କାର୍ଯ୍ୟକ୍ରମ ଆୟୋଜିତ କରିବ ଯୁବ ମୋର୍ଚ୍ଚାର ଟିମ ।

ସ୍ଵେଛାକୃତ ରକ୍ତ ଦାତାଙ୍କୁ ରକ୍ତ ଦାନ ପାଇଁ ଅନୁରୋଧ କରିଛନ୍ତି ଯୁବମୋର୍ଚ୍ଚା ସଭାପତି ଅଭିଳାଷ

ପଣ୍ଡା। ସର୍ବକାଳୀନ ରେକର୍ଡ ଛୁଇଁବ ଏହି ରକ୍ତଦାନ ଶିବିର ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ କୁହା

ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନକୁ ରାଜ୍ୟରେ ଏକ ମାସ ଧରି

ରାଜ୍ୟବ୍ୟାପି ଆୟୋଜିତ କରାଯିବାକୁ ଥିବା ବେଳେ ରେକର୍ଡ ବ୍ରେକ ରକ୍ତ ଦାନ ଶିବିର ଆୟୋଜନ କରିବ

ଯୁବମୋର୍ଚ୍ଚା। ଏହି ଅବସରରେ ଏକ ମିୟୁଜିକ ସିଡ଼ି ଲଞ୍ଚ କରିଛି ବିଜେପି ଯୁବମୋର୍ଚ୍ଚା। ରାଜ୍ୟ

ବିଜେପି କାର୍ଯ୍ୟାଳୟରେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର

ମହାପାତ୍ରଙ୍କ ସହ ଯୁବମୋର୍ଚ୍ଚା ଅଭିଳାଷ ପଣ୍ଡା, ବିଧାୟକ ଇରାଶିଷ

ଆଚାର୍ଯ୍ୟ ଓ ଯୁବ ମୋର୍ଚ୍ଚାର 3 ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande