ବ୍ରିକ୍ସରେ କୋରାପୁଟ କଫିକୁ ନେଇ ଖୁସିବ୍ୟକ୍ତ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କହିଲେ- ରାଜ୍ୟ ପାଇଁ ଗୌରବର କଥା
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ବ୍ରିକ୍ସରେ କୋରାପୁଟ କଫିକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ଏହା ରାଜ୍ୟ ପାଇଁ ଗୌରବର କଥା । ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଜି ଠାରୁ
ବ୍ରିକ୍ସରେ କୋରାପୁଟ କଫିକୁ     ନେଇ ଖୁସିବ୍ୟକ୍ତ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କହିଲେ- ରାଜ୍ୟ ପାଇଁ ଗୌରବର କଥା


ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ବ୍ରିକ୍ସରେ

କୋରାପୁଟ କଫିକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ

କହିଛନ୍ତି ଯେ, ଏହା ରାଜ୍ୟ ପାଇଁ ଗୌରବର କଥା ।

ସୋସିଆଲ ହ୍ୟାଣ୍ଡେଲରେ ଏକ

ବାର୍ତ୍ତାରେ ସେ କହିଛନ୍ତି ଯେ, ଆଜି ଠାରୁ ଦିଲ୍ଲୀର ଭାରତ ମଣ୍ଡପମରେ ୧୮ତମ ବ୍ରିକ୍ସସମ୍ମିଟ

ଆରମ୍ଭ ହୋଇଛି । ଭାରତର ବିବିଧ ଖାଦ୍ୟ ପରମ୍ପରା,

ସ୍ଥାନୀୟ ଉତ୍ପାଦ ଓ ହସ୍ତଶିଳ୍ପ ପରମ୍ପରା ମଧ୍ୟ ପ୍ରମୁଖ ଆକର୍ଷଣ

ପାଲଟିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଲୋକାଲ

ଫର୍ ଗ୍ଲୋବାଲନୀତି ଦ୍ଵାରା ଆଜି କୋରାପୁଟର କଫି କଥା ବିଶ୍ବ ଦରବାରରେ ଉଠିବାକୁ

ଯାଉଥିବାରୁ ଏହା ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଆଉ ଏକ ନୂଆ ପରିଚୟ ତିଆରି କରିଛି। ଏହା ଆମ ପାଇଁ

ଗୌରବର ବିଷୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande