
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଓରାଙ୍ଗଉଟାନ ଘଟଣାର
ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଗୌତମ ବୁଦ୍ଧଦାସ । ଏହା
ରାଜ୍ୟର ସୁରକ୍ଷା ନୁହେଁ ଦେଶର ତଟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ବର୍ତ୍ତମାନ ଚାଲିଥିବା ତଦନ୍ତରେ ବିଶେଷ କିଛି ସୁରାକ
ମିଳି ନାହିଁ । ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ବୋଲି ସେ
ଦାବି କରିଛନ୍ତି । ବିଭାଗୀୟ ମନ୍ତ୍ରୀ କେବଳ
ଟିଭିରେ ବୟାନବାଜି ନ କରି କାର୍ଯ୍ୟାନୁଷ୍ଠାନ
ନିଅନ୍ତୁ ବୋଲି ଭୋଗରାଇ ବିଧାୟକ ଦାବି କରିଛନ୍ତି ।
ଓରାଙ୍ଗଉଟାନ ଭଳି ବିରଳ
ଜନ୍ତୁ ଭୋଗରାଇକୁ ଆସିଲେ କେମିତି। ଏ ଘଟଣାକୁ
ଆଜି 5 ଦିନ ହେଲାଣି।କିନ୍ତୁ ତଦନ୍ତରେ ଠୋସ ନିର୍ଯ୍ୟାସ
ନାହିଁ। କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଛି। ତଦନ୍ତକାରୀ ଦଳର ହାତ ବର୍ତ୍ତମାନ ଯାଏଁ
ଖାଲି ଅଛି। ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ତଦନ୍ତ କଥା କହିଲେ। ହେଲେ ଆମର ପ୍ରଶ୍ନ ହେଉଛି, ଏହା
ସୁଦୂର ଇଣ୍ଡୋନେସିଆରେ ଦେଖା ଯାଉଥିବା ପ୍ରଜାତି ବାଲେଶ୍ଵରର ଭୋଗରାଇକୁ ଆସିଲା କେମିତି। ଏ ରାକେଟରେ କେଉଁମାନେ ଅଛନ୍ତି। ତାହା ମଧ୍ୟ ଜଣା
ନାହିଁ। କିଏ ଏ ଓରାଙ୍ଗଉଟାନ କିଣିଥାନ୍ତା । ତାହା ମଧ୍ୟ ଜଣା ନାହିଁ। ସରକାର ବର୍ତ୍ତମାନ
ସୁଦ୍ଧା ଏହାର ଉତ୍ତର ଦେଇ ନାହଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ତଥ୍ୟ ମଧ୍ୟ
ମିଳିନାହିଁ।
ଯେଉଁ ରାସ୍ତା ଦେଇ ଏମାନେ
ବାଲେଶ୍ଵର ପହଁଚି ପାରିଛି। ତାହାଲେ ଏ ବାଟରେ ବଡ଼ ଅପରାଧୀ କାର୍ଯ୍ୟକ୍ରମ ହେଉଥାଇ ପାରେ। ଏଥିରେ
ବଡ଼ ସୁରକ୍ଷା ତ୍ରୁଟି ହୋଇଛି। ଏହା ପ୍ରମାଣ କରୁଛି ଦେଶର ସୁରକ୍ଷା ବ୍ୟବସ୍ଥା ଢିଲା ଅଛି। ଏହାର
ସିବିଆଇ ତଦନ୍ତ ହେବା ଆବଶ୍ୟକ। କାରଣ ଏହା ପଛରେ ବଡ଼ ରାକେଟ ରହିଛି । ସେହି ରାସ୍ତାରେ ଅନ୍ୟ
ବଡ଼ ଚୋରା ଚାଲାଣ ହେଉଥାଇ ପାରେ।ଏହା ଏବେ ଜାତୀୟ ସୁରକ୍ଷା କଥା। ତେଣୁ ଏହାର ଚେରକୁ ଯାଇ ଧରିବା ସହ ଏହାର ଉଚ୍ଚ ସ୍ତରୀୟ
ତଦନ୍ତ ହେଉ। ମେରାଇନ ପୋଲିସକୁ ଶକ୍ତିଶାଳୀ କରାଯାଉ। ସବୁ ବୋଡ଼ରରେ ଚେକିଂକୁ କଡାକଡି କରାଯାଉ।
ସରକାର ଓ ମନ୍ତ୍ରୀ କେବଳ ଟିଭିରେ ବୟାନବାଜି କରୁଛନ୍ତି। ଏହା ନକରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ବୋଲି ସେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା