ରେଭନ୍ଥ ରେଡ୍ଡୀ ବ୍ରିକ୍ସ୍ ରାତ୍ରିଭୋଜନରେ ସାମିଲ୍ ନହେବାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂସୁରୀ ସ୍ଵରାଜ
ନୂଆଦିଲ୍ଲୀ, ୧୫ ସେପ୍ଟେମ୍ବର (ହି.ସ.)- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ବ୍ରିକ୍ସ୍ ରାତ୍ରିଭୋଜନରେ ସାମିଲ୍ ନହେବାକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ବାଂସୁରୀ ସ୍ୱରାଜ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ରାଜନୀତିରେ ଆଦର୍ଶଗତ ପାର୍ଥକ୍ୟ ସ୍ୱାଭାବିକ୍, କି
ରେଭନ୍ଥ ରେଡ୍ଡୀ ବ୍ରିକ୍ସ୍ ରାତ୍ରିଭୋଜନରେ ସାମିଲ୍ ନହେବାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂସୁରୀ ସ୍ଵରାଜ


ନୂଆଦିଲ୍ଲୀ, ୧୫ ସେପ୍ଟେମ୍ବର (ହି.ସ.)- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ବ୍ରିକ୍ସ୍ ରାତ୍ରିଭୋଜନରେ ସାମିଲ୍ ନହେବାକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ବାଂସୁରୀ ସ୍ୱରାଜ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ରାଜନୀତିରେ ଆଦର୍ଶଗତ ପାର୍ଥକ୍ୟ ସ୍ୱାଭାବିକ୍, କିନ୍ତୁ ଅନ୍ତର୍ଜାତୀୟ ମଂଚରେ ରାଜନୈତିକ ପାର୍ଥକ୍ୟ ଅପେକ୍ଷା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ।

ବାଂସୁରୀ ସ୍ୱରାଜ ଏକ ବିବୃତିରେ କହିଛନ୍ତି ଯେ ରିପୋର୍ଟ ଅନୁଯାୟୀ, ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ରିକ୍ସ୍ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରସ୍ତୁତ ଥିଲେ । ତେବେ ତାଙ୍କ କହିବା ଅନୁଯାୟୀ, ରାଜନୈତିକ ବାଧ୍ୟବାଧକତା କାରଣରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ସ୍ୱରାଜ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କଣ କଂଗ୍ରେସ ବିଜେପିର ବିରୋଧ କରି କରି କରି ଏବେ ମା ଭାରତୀ' କୁ ମଧ୍ୟ ବିରୋଧ କରୁଛି କି? ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି ସେ କହିଥିଲେ । ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଦଳ ଏବଂ ବିରୋଧୀ ଦଳ ପରସ୍ପରର ନୀତିକୁ ସମାଲୋଚନା କରିବା ସ୍ୱାଭାବିକ୍, କିନ୍ତୁ ଅନ୍ତର୍ଜାତୀୟ ମଂଚରେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବା ଉଚିତ୍ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande