ଚାରିଧାମ ଯାତ୍ରାରେ ସୁରକ୍ଷା-ସୁବିଧା ସହ ସାଲିସ ନ ହେଉ : ଧାମୀ
ଦେହରାଦୁନ, ୧୫ ସେପ୍େଟମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଚାରିଧାମ ଯାତ୍ରା-୨୦୨୬ର ବ୍ୟବସ୍ଥାର ସମୀକ୍ଷା କରି ଅଧିକାରୀମାନଙ୍କୁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଯାତ୍ରା ମାର୍ଗଗୁଡ଼ିକରେ ପାଣିପାଗ,
ଚାରିଧାମ ଯାତ୍ରାରେ ସୁରକ୍ଷା-ସୁବିଧା ସହ ସାଲିସ ନ ହେଉ : ଧାମୀ


ଦେହରାଦୁନ, ୧୫ ସେପ୍େଟମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଚାରିଧାମ ଯାତ୍ରା-୨୦୨୬ର ବ୍ୟବସ୍ଥାର ସମୀକ୍ଷା କରି ଅଧିକାରୀମାନଙ୍କୁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଯାତ୍ରା ମାର୍ଗଗୁଡ଼ିକରେ ପାଣିପାଗ, ଭୂସ୍ଖଳନ, ଯାତାୟାତ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନିରନ୍ତର ନିରୀକ୍ଷଣ କରିବା ସହ କୌଣସି ଆପାତକାଳୀନ ପରିସ୍ଥିତିରେ ତ୍ୱରିତ ରିଲିଫ ଏବଂ ଉଦ୍ଧାର ସୁନିଶ୍ଚିତ କରିବାକୁ କହିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ ଯାତ୍ରା ମାର୍ଗଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଅନାବଶ୍ୟକ ଅସୁବିଧା ନ ହେଉ ଏବଂ ଯାତାୟାତ ସୁଗମ ରହୁ, ଏଥିପାଇଁ ହୋଲ୍ଡିଂ ଏରିଆରେ ସମସ୍ତ ଆବଶ୍ୟକ ସୁବିଧା ସୁବ୍ୟବସ୍ଥିତ ରଖାଯାଉ। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବଳ, ରିଲିଫ-ଉଦ୍ଧାର ଦଳ ଏବଂ ଆପାତକାଳୀନ ବ୍ୟବସ୍ଥା ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯମୁନୋତ୍ରୀ ଧାମରେ ବଢ଼ୁଥିବା ଭିଡ଼ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ଧାମୀ ଧାମଠାରୁ ପ୍ରାୟ ୫୦୦ ମିଟର ପୂର୍ବରୁ ଦ୍ୱିତୀୟ ଘୋଡ଼ା ପଡ଼ାଉ ବିକଶିତ କରିବା, ଡଣ୍ଡି-କଣ୍ଡି ସେବାଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଏବଂ ଖରସାଲୀରୁ ବିକଳ୍ପ ମାର୍ଗ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ପାଦଚଲା ମାର୍ଗରେ ଯାତ୍ରୀ ଏବଂ ଘୋଡ଼ା-ଖଚ୍ଚରମାନଙ୍କ ଯାତାୟାତ ଅଲଗା ଏବଂ ସୁବ୍ୟବସ୍ଥିତ ରଖିବା ସହ ସୂର୍ଯ୍ୟକୁଣ୍ଡ ଅଂଚଳରେ ପ୍ରଭାବୀ ଭିଡ଼ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଘୋଡ଼ା ମାନଙ୍କ ପରିଚାଳନାରେ ନିର୍ଦ୍ଧାରିତ ମାନଦଣ୍ଡର କଡ଼ାକଡ଼ିରେ ପାଳନ କରାଇବା ଏବଂ ପଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande