
ବେଜିଂ, ୧୫ ସେପ୍େଟମ୍ବର (ହି.ସ.)- ଚୀନର ହେଇନାନ ଅଂଚଳରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପ୍ରଶାସନ ୫୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଭାବିତ ଏବଂ ବିପଦପ୍ରବଣ ଅଂଚଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପହଂଚାଇଛି। ପ୍ରାଦେଶିକ ଜରୁରୀକାଳୀନ ପରିଚାଳନା ବ୍ୟୁରୋ ମଙ୍ଗଳବାର କହିଛି ଯେ ୧୪ ସେପ୍େଟମ୍ବର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ପ୍ରଦେଶରେ ବିପଦପ୍ରବଣ ଅଂଚଳରୁ ୫୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଂଚାଯାଇସାରିଥିଲା। ହେଇନାନ ପ୍ରଦେଶର ଅନେକ ଅଂଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ ବହୁତ଼ ଅଂଚଳରେ ଜନଜୀବନ ପ୍ରଭାବିତ ହୋଇଛି।
ପ୍ରାଦେଶିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ୧୧ ସେପ୍େଟମ୍ବର ସକାଳ ୮ଟାରୁ ୧୪ ସେପ୍େଟମ୍ବର ଦ୍ୱିପ୍ରର ୨ଟା ମଧ୍ୟରେ ହେଇନାନର ଅନେକ ଅଂଶରେ ରେକର୍ଡ ସ୍ତରର ବର୍ଷା ହୋଇଥିଲା। ବାଓଟିଙ୍ଗ ଲି ଏବଂ ମିଆଓ ସ୍ୱୟଂଶାସିତ କାଉଂଟି କିଓଙ୍ଗଝୋଙ୍ଗ ଲି ଏବଂ ମିଆଓ ସ୍ୱୟଂଶାସିତ କାଉଂଟି ତଥା ଛଅଟି ସ୍ଥାନରେ ୭୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ସବୁଠାରୁ ଅଧିକ ବର୍ଷା ବାଓଟିଙ୍ଗ ଲି ଏବଂ ମିଆଓ ସ୍ୱୟଂଶାସିତ କାଉଂଟିର ଶିଆଙ୍ଗଶୁଇ ଟାଉନସିପରେ ୯୧୨.୯ ମିଲିମିଟର ରେକର୍ଡ କରାଯାଇଥିଲା।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ