
ନୂଆଦିଲ୍ଲୀ, ୧୫ ସେପ୍େଟମ୍ବର (ହି.ସ.)- ଘରୋଇ ସର୍ରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସୁନା ଦରରେ ଦୁର୍ବଳତାର ଧାରା ଦେଖାଯାଉଛି। ଦରରେ ହ୍ରାସ ହେବା କାରଣରୁ ଦେଶର ଅଧିକାଂଶ ସର୍ରାଫା ବଜାରରେ ସୁନା ଆଜି ୪୫୦ ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ ୪୯୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଛି। ଅନ୍ୟପଟେ ରୂପା ଦରରେ ଆଜି କୌଣସି ପରିବର୍ତନ ହୋଇନାହିଁ।
ଦରରେ ହୋଇଥିବା ଏହି ପରିବର୍ତନ କାରଣରୁ ଦେଶର ଅଧିକାଂଶ ସର୍ରାଫା ବଜାରରେ ୨୪ କ୍ୟାରେଟ ସୁନା ଆଜି ୧,୫୪,୦୮୦ ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ ୧,୫୪,୨୩୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର କରୁଛି। ସେହିପରି ୨୨ କ୍ୟାରେଟ ସୁନା ଆଜି ୧,୪୧,୨୪୦ ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ ୧,୪୧,୩୯୦ ଟଙ୍କା ପ୍ରତି ୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପା ଦରରେ ପରିବର୍ତନ ନ ହେବା କାରଣରୁ ଏହି ଚମକୁଥିବା ଧାତୁ ଦିଲ୍ଲୀ ସର୍ରାଫା ବଜାରରେ ଆଜି ୨,୪୪,୯୦୦ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।
ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଆଜି ୧,୫୪,୨୩୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର କରୁଛି, ଯେତେବେଳେ ୨୨ କ୍ୟାରେଟ ସୁନାର ଦର ୧,୪୧,୩୯୦ ଟଙ୍କା ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଛି। ଅନ୍ୟପଟେ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧,୫୪,୦୮୦ ଟଙ୍କା ପ୍ରତି ୧୦ ଗ୍ରାମ ଏବଂ ୨୨ କ୍ୟାରେଟ ସୁନା ୧,୪୧,୨୪୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି। ସେହିପରି ଅହମଦାବାଦରେ ୨୪ କ୍ୟାରେଟ ସୁନାର ଖୁଚୁରା ଦର ୧,୫୪,୧୩୦ ଟଙ୍କା ପ୍ରତି ୧୦ ଗ୍ରାମ ଏବଂ ୨୨ କ୍ୟାରେଟ ସୁନାର ଦର ୧,୪୧,୨୯୦ ଟଙ୍କା ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଛି।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ