
-୧୫ ଜିଲ୍ଲାରେ ୪୭.୯୨ ଲକ୍ଷ ଲୋକ ପ୍ରଭାବିତ, ଫସଲ ଏବଂ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ
ପାଟନା, ୧୬ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ବିହାରର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ କୃଷକ ଓ ପ୍ରଭାବିତ ପରିବାରମାନଙ୍କଠାରୁ କ୍ଷୟକ୍ଷତିର ସୂଚନା ନେଇଥିଲେ। କେନ୍ଦ୍ରୀୟ ଟିମ୍ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥଳୀୟ ଆକଳନ କରୁଛି। ରାଜ୍ୟର ୧୫ଟି ଜିଲ୍ଲାର ୮୭ଟି ପ୍ରଖଣ୍ଡର ୫୭୫ଟି ଗ୍ରାମ ପଂଚାୟତରେ ପ୍ରାୟ ୪୭.୯୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପାଟନା ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ରୀୟ ଟିମ୍କୁ ସ୍ୱାଗତ କରିଥିଲେ। ଏହା ପରେ ଉଭୟ ନେତା ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା କ୍ଷେତ୍ରର ତେରସିଆ ଏବଂ ସରାୟପୁର ସମେତ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚିିଥିଲେ। ସେମାନେ ତେରସିଆ ଦିଆରାରେ ବନ୍ୟା ପରିସ୍ଥିତିର ସ୍ଥଳୀୟ ଅନୁଧ୍ୟାନ କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ କାଫିଲା ତେରସିଆର ୱାର୍ଡ ସଂଖ୍ୟା ୧୪ ପର୍ଯ୍ୟନ୍ତ ପହଂଚିଥିଲା। ଏଠାରେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଜଳସ୍ତର, ପ୍ରଭାବିତ ଜନସଂଖ୍ୟା ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଭୟ ନେତା ପ୍ରଭାବିତ ଅଂଚଳରେ ଜଳବନ୍ଦୀ ଏବଂ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଦେଖିଥିଲେ।
ଗସ୍ତ ସମୟରେ ବନ୍ୟା ପ୍ରଭାବିତ ପରିବାର ଏବଂ କୃଷକମାନଙ୍କଠାରୁ ସେମାନଙ୍କ ସମସ୍ୟା ଏବଂ ସେମାନଙ୍କୁ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ସୂଚନା ନିଆଯାଉଛି। କୃଷକମାନଙ୍କଠାରୁ ଫସଲର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି। କେନ୍ଦ୍ରୀୟ ଟିମ୍ର ଉଦ୍ଦେଶ୍ୟ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତିର ସ୍ଥଳୀୟ ଆକଳନ କରିବା।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ